ରାଜ୍ୟରେ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ସର୍ଭେ

ବାସ୍ତବ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ ରାଜ୍ୟରେ ସଂଶୋଧିତ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଗତକାଲିଠାରୁ ଘରକୁ ଘରୁ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏକମାସ ଧରି ଅର୍ଥାତ ଅଗଷ୍ଟ ୨୧ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ । ରାଜ୍ୟର ମୋଟ ୩୭୬୦୭ଜଣ ବୁଥସ୍ତରୀୟ ଅଧିକାରୀମାନେ ସମସ୍ତ ୩୦ଟି ଜିଲ୍ଲାର ୧୪୭ଟି ବିଧାନସଭା ମଣ୍ଡଳୀର ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ସଂଗ୍ରହ କରିବେ ।

ଯେଉଁମାନଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଛି ସେମାନଙ୍କ ନାମକୁ ଯୋଗ କରିବା ସହ ଯାହାଙ୍କ ବୟସ ୨୦୨୩ ଅକ୍ଟୋବର ୧ତାରିଖ ସୁଦ୍ଧା ୧୮ବର୍ଷ ହୋଇଥିବ ସେମାନଙ୍କୁ ତାଲିକାଭୁକ୍ତ କରାଇବା, ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଭୋଟରଙ୍କ ନାଁ ବାଦ୍ ଦେବା ଓ ଭୋଟର ତାଲିକାରୁ ମୃତ ବ୍ୟକ୍ତିଙ୍କ ନାଁ ବାଦ୍ ଦେବା ପାଇଁ ଏହି ସର୍ଭେ କରାଯାଉଛି ।

ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ଓ ସେମାନଙ୍କୁ ସହଯୋଗ କରି ସଠିକ୍ ତଥ୍ୟ ପ୍ରଦାନ କରିବା ସହ ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ଚିଠା ଭୋଟର ତାଲିକା ଅକ୍ଟୋବର ୧୭ତାରିଖରେ ପ୍ରକାଶ ପାଇବ । ଏହା ଉପରେ  ଆପତ୍ତି ଅଭିଯୋଗ ଅକ୍ଟୋବର ୧୭ରୁ ନଭେମ୍ବର ୩୦ ମଧ୍ୟରେ ଶୁଣାଣି କରାଯିବ । ଡିସେମ୍ବର ୨୬ତାରିଖ ସୁଦ୍ଧା ସମସ୍ତ ଅଭିଯୋଗର ସମାଧାନ କରାଯିବ ଓ ୨୦୨୪ ଜାନୁୟାରୀ ୫ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ସେୟାର କରନ୍ତୁ

Next Post

ଆହୁରି ୩ ଦିନ ବର୍ଷିବ ; ୨୬ରୁ ବଢ଼ିବ ବର୍ଷା...

Sun Jul 23 , 2023
ବାସ୍ତବ ବ୍ୟୁରୋ: ରାଜ୍ୟରେ ସକ୍ରିୟ ମୌସୁମୀ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୩ ଦିନ ମଧ୍ୟ ରାଜ୍ୟରେ ମୌସୁମୀଜନିତ ବର୍ଷା ଜାରି ରହିବ। ମୌସୁମୀଜନିତ ନିମ୍ନ ଚାପରେଖା ଏବେ ଜୈସାଲମେରରୁ ବାହାରି ଦେସା, ରତ୍‌ଲମ୍‌, ବେତୁର, ଚନ୍ଦ୍ରପୁର, କୋଣ୍ଡାଗାଁଓ ହୋଇ ଗୋପାଳପୁରରୁ ଦକ୍ଷିଣପଶ୍ଚିମରୁ ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ଗତି କରୁଥିବାରୁ ଏହାର ପ୍ରଭାବରେ ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, […]

You May Like

Pin It on Pinterest