ମୁଖ୍ୟ ସୁବ୍ରତ ବାଗଚୀ ଙ୍କ କରୋନା ନେଇ ଅପଡ଼େଟ୍

ବାସ୍ତବ ବ୍ୟୁରୋ-କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଆମକୁ ୩ଟି ପର୍ଯ୍ୟାୟ ଉପରେ ନଜର ରଖବିାକୁ ହେବ । ଏହାପରେ ୪ର୍ଥ ପର୍ଯ୍ୟାୟ ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ । ୧ମ ପର୍ଯ୍ୟାୟରେ ଭାରତକୁ କରୋନା ବିଦେଶ ଫେରନ୍ତାଙ୍କ ଦ୍ୱାରା ଆସିଥିଲା । ସେତେବେଳେ ରାଜ୍ୟ ସରକାର ପଞ୍ଜୀକରଣ , ସ୍ୱେଚ୍ଛାକୃତ କ୍ୱାରେଣ୍ଟିନ୍ କଥା କହିଥିଲେ । ସେହିପରି୨ୟ ପର୍ଯ୍ୟାୟରେ ନିଜାମୁଦ୍ଦିନରୁ ଫେରିଥିବା ଲୋକ ଓ ୩ୟ ପର୍ଯ୍ୟାୟରେ ବାହାର ରାଜ୍ୟରୁ ଆସିଥିବା ଲୋକଙ୍କ ଦ୍ୱାରା ସଂକ୍ରମଣ ହୋଇଥିଲା ।

ଏହାସହ ସେ କହିଛନ୍ତି ଯେ ଦିନେ ନା ଦିନେ ତାଲାବନ୍ଦ କୋହଳ ହେବ । ଏହାପରେ ବାହାର ରାଜ୍ୟରେ ଅଟକିଥିବା ଓଡ଼ିଆ ନିଜ ରାଜ୍ୟକୁ ଫେରିବେ । ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ଭାଇ-ଭଉଣୀମାନଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା କରୁଛନ୍ତି । କିନ୍ତୁ ସେମାନେ ନିଜ ଭିଟାମାଟିକୁ ଫେରିବା ପୂର୍ବରୁ ଅନଲାଇନ ହେଉ ବା ଅଫଲାଇନ ହେଉ ସେମାନଙ୍କ ପାଇଁ ପଂଜୀକରଣକୁ ବାଧ୍ୟତାମୂଳକ କରିଦିଆଯାଇଛି । ରାଜ୍ୟ ସରକାର ଏକ ପୋର୍ଟାଲ ଖୋଲିବାକୁ ଯାଉଛନ୍ତି । ଏହା ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହୋଇଯିବ । ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଡିକେ ସିଂହ ଆଜି ଏହି ସୂଚନା ଦେଇଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ପୋର୍ଟାଲ ଏପ୍ରିଲ ୨୪ (ଶୁକ୍ରବାର) ଠାରୁ କାମ କରିବ। ପ୍ରାୟ ୫ଲକ୍ଷ ଲୋକ ଫେରିବେ ବୋଲି ଆକଳନ କରାଯାଇଛି । ଏଥିପାଇଁ ପଞ୍ଚାୟତ ସ୍ତରରେ ପ୍ରସ୍ତୁତି ହୋଇସାରିଛି । ଗ୍ରାମାଞ୍ଚଳରେ ହୋମ କ୍ୱାରେଣ୍ଟିନ ସମ୍ଭବ ନୁହେଁ । ତେଣୁ ଫେରିଥିବା ଲୋକଙ୍କୁ ସ୍ୱତନ୍ତ୍ର ଜାଗାରେ ରଖାଯିବ ।

ସେ କହିଛନ୍ତି, ଆଜି ସରପଞ୍ଚମାନଙ୍କୁ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଐତିହାସିକ ବୈଠକ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିଥିଲେ । ଏଥିରେ ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ସେ କହିଛନ୍ତି, ପ୍ରାୟ ୭ ଲକ୍ଷ ୫୦ ହଜାର ଓଡ଼ିଆ ଭାଇ-ଭଉଣୀ ବାହାର ରାଜ୍ୟରେ ଅଛନ୍ତି । ଲକ୍‌ଡାଉନ ପରେ ସେମାନେ ଘରକୁ ଫେରିବା ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି ।

ଯେଉଁ ଓଡ଼ିଆମାନେ ଏଠାକୁ ଆସିବେ ସେମାନଙ୍କୁ ଗ୍ରାମପଂଚାୟତ ଅଧିକାରୀ ଓ ବ୍ଲକ ଅଧିକାରୀମାନେ ସହଯୋଗ କରିବେ । ସେମାନଙ୍କ ପାଇଁ ଗ୍ରାମପଞ୍ଚାୟତରେ ସ୍ୱାସ୍ଥ୍ୟକେନ୍ଦ୍ର ବ୍ୟବସ୍ଥା କରାଯାଇଛି । ସେଠାରେ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ସେଠାରେ ସେମାନଙ୍କ ଖାଇବା, ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ତେଣୁ ସେମାନଙ୍କ ପାଇଁ କରାଯାଇଥିବା କ୍ୱାରେଣ୍ଟାଇନରେ କୌଣସି ଅସୁବିଧା ନାହିଁ । ସିଧାସଳଖ ଜଣେ ପ୍ରବାସୀ ଓଡ଼ିଆ ନିଜ ଘରକୁ ଯାଇପାରିବେ ନାହିଁ । ବୋଲି ପ୍ରମୁଖ ସଚିବ ଶ୍ରୀ ସିଂହ କହିଛନ୍ତି । ସେ କହିଛନ୍ତି, ଯେଉଁଠି କମ ଲୋକ ଆସିବେ ସେଇଠି କମ ବ୍ୟବସ୍ଥା କରାଯିବ । ଏପର୍ଯ୍ୟନ୍ତ ରାଜ୍ୟର ପଂଚାୟତଗୁଡ଼ିକରେ ୨ଲକ୍ଷ ବେଡର ବ୍ୟବସ୍ଥା କରାଯାଇଛି । ପ୍ରାୟ ୫ ଲକ୍ଷ ଲୋକ ଆସିବେ ବୋଲି ଆଶଙ୍କା ରହିଛି । ଗଂଜାମ ଓ କେନ୍ଦ୍ରାପଡ଼ାରେ ଅଧିକ ବ୍ୟବସ୍ଥା କରାଯାଇଛି । କାରଣ ଏହି ୨ ଜିଲ୍ଲାରୁ ବାହାର ରାଜ୍ୟରେ ଅଧିକ ଲୋକ ରହୁଛନ୍ତି ।

ମୋଟାମୋଟି ଭାବେ କହିବାକୁ ଗଲେ ଯେଉଁ ଓଡ଼ିଆମାନେ ବାହାରେ ଅଛନ୍ତି, ସେମାନେ ଓଡ଼ିଶାକୁ ଆସିବା ପରେ ସିଧାସଳଖ ପଂଚାୟତରେ ଖୋଲାଯାଇଥିବା କ୍ୱାରେଣ୍ଟାଇନକୁ ଯିବେ । କେହି ବି ଲୋକ ସିଧାସଳଖ ନିଜ ଘରକୁ ଯାଇପାରିବେ ନାହିଁ । ଗ୍ରାମାଞ୍ଚଳରେ କେହି ବି ନିଜ ଇଚ୍ଛାରେ ହୋମ କ୍ୱାରେଣ୍ଟାଇନରେ ରହିପାରିବେ ନାହିଁ । ସରକାରୀ କ୍ୱାରେଣ୍ଟାଇନରେ ସେମାନଙ୍କୁ ରହିବାକୁ ପଡ଼ିବ ବୋଲି ଶ୍ରୀ ସିଂହ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ଆଗରେ ସାରା ବିଶ୍ଵ ଅସହାୟ...

Thu Apr 23 , 2020
ବାସ୍ତବ ବ୍ୟୁରୋ-କରୋନା ଆଗରେ ଅସହାୟ ହେଇଗଲାଣି ସାରା ବିଶ୍ଵ । ଦିନ କୁ ଦିନ ଏହା ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ, ଏହାର ନିରାକରଣ ପାଇଁ ଏବେ ଯାଇଁ କିଛି ଔଷଧ ବା ଟୀକା ବାହାରିନଥିବାରୁ ସାରା ବିଶ୍ୱ ଏବେ ଚିନ୍ତା ରେ ।  ବିଶ୍ଵବ୍ୟାପୀ ୨୫ ଲକ୍ଷ ୯୨ ହଜାର ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ,‌ ଏଥିରେ ୧ ଲକ୍ଷ ୮୧ ହଜାର ଲୋକଙ୍କର […]

You May Like

Pin It on Pinterest