ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ହେଲା ମାଟ୍ରିକ୍ ପରୀକ୍ଷା ତାରିଖ

ବାସ୍ତବ ବ୍ୟୁରୋ: ଘୋଷଣା  ହେଲା ମାଟ୍ରିକ୍ ପରୀକ୍ଷାର ତାରିଖ। ଏହା ୨୦୨୪ ଫେବ୍ରୁଆରି ୨୦ରୁ ଆରମ୍ଭ ହେବ। ମାର୍ଚ୍ଚ ୪ ତାରିଖ ଚାଲିବ ପରୀକ୍ଷା। ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ‌ଘୋଷଣା କରିଛନ୍ତି।

ଆସନ୍ତା ଅକ୍ଟୋବର ମାସରେ ଫର୍ମପୂରଣ ହେବ। ସେହିପରି ମାର୍ଚ୍ଚ ୧୨ରୁ ମାଟ୍ରିକ୍ ଖାତାଦେଖା ଆରମ୍ଭ ହେବ। ତେବେ ପରୀକ୍ଷା ସଂପର୍କରେ ବିସ୍ତୃତ ବିବରଣୀ ପରେ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି।

ସେୟାର କରନ୍ତୁ

Next Post

ମହରମ୍‌ ପାଇଁ ଶନିବାର ଛୁଟି

Thu Jul 27 , 2023
ବାସ୍ତବ ବ୍ୟୁରୋ: ଇସଲାମ୍ ଧର୍ମାବଲମ୍ବୀଙ୍କ ମହରମ୍ ପର୍ବ ପାଇଁ ଜୁଲାଇ ୨୯ ତାରିଖ ଶନିବାରକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତିରେ ଶନିବାରକୁ ସରକାରୀ ଛୁଟି ଘୋଷଣା କରାଯାଇଛି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ କୋର୍ଟଓ ବ୍ୟାଙ୍କ ଆଦି ବନ୍ଦ ରହିବ। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ […]

You May Like

Pin It on Pinterest