ମହରମ୍‌ ପାଇଁ ଶନିବାର ଛୁଟି

ବାସ୍ତବ ବ୍ୟୁରୋ: ଇସଲାମ୍ ଧର୍ମାବଲମ୍ବୀଙ୍କ ମହରମ୍ ପର୍ବ ପାଇଁ ଜୁଲାଇ ୨୯ ତାରିଖ ଶନିବାରକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତିରେ ଶନିବାରକୁ ସରକାରୀ ଛୁଟି ଘୋଷଣା କରାଯାଇଛି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ କୋର୍ଟଓ ବ୍ୟାଙ୍କ ଆଦି ବନ୍ଦ ରହିବ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜୁଲାଇ ୨୮ ତାରିଖ ତାରିଖ ପରିବର୍ତ୍ତେ ୨୯ ତାରିଖରେ ମହରମ୍ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ଛୁଟି ରହିବ। ଏହା ସହିତ ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ମଧ୍ୟ ଜୁଲାଇ ୨୯ ତାରିଖରେ ମହରମ୍ ପାଇଁ ଛୁଟି ରହିବ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ପବିତ୍ର ଇଦ୍‌-ଉଲ୍ -ଜୁହା ପର୍ବ ପାଇଁ ଜୁନ୍‌ ୩୦ ତାରିଖ ପରିବର୍ତ୍ତେ  ଜୁନ୍ ୨୯ ତାରିଖକୁ ଛୁଟି ଘୋଷଣା କରିଥିଲେ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଥିଲା।

ସେୟାର କରନ୍ତୁ

Next Post

ଚାଷୀଙ୍କୁ ମିଳିଲା ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତି

Fri Jul 28 , 2023
ବାସ୍ତବ ବ୍ୟୁରୋ : ଓଡ଼ିଶା ଚାଷୀଙ୍କୁ ମିଳିଲା ପିଏମ କିଶାନ ଟଙ୍କା । ପିଏମ କିଶାନ ନିଧିର ୧୪ ତମ କିସ୍ତି ଆକାରରେ ୧୮ ହଜାର କୋଟି ବ୍ୟୟ କରିଛନ୍ତି କେନ୍ଦ୍ର ସରକାର । ପୁରୀ ନିଆଳି ଅଂଚଳର ଚାଷୀଙ୍କ ବ୍ୟାଙ୍କା ଖାତାକୁ ୨ ହଜାର ଲେଖାଏଁ ଟଙ୍କା ଆସିଛି । ଏବେ ଚାଷ କାର୍ଯ୍ୟ ଜାରିରହିଥିବାରୁ ଉକ୍ତ ଟଙ୍କାକୁ ଚାଷ କାର୍ଯ୍ୟରେ ଲଗାଉଥିବା କହିଛନ୍ତି ଚାଷୀ । ଚାଷ […]

You May Like

Pin It on Pinterest