
ବାସ୍ତବ ବ୍ୟୁରୋ-କରୋନା ଆଗରେ ଅସହାୟ ହେଇଗଲାଣି ସାରା ବିଶ୍ଵ । ଦିନ କୁ ଦିନ ଏହା ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ, ଏହାର ନିରାକରଣ ପାଇଁ ଏବେ ଯାଇଁ କିଛି ଔଷଧ ବା ଟୀକା ବାହାରିନଥିବାରୁ ସାରା ବିଶ୍ୱ ଏବେ ଚିନ୍ତା ରେ । ବିଶ୍ଵବ୍ୟାପୀ ୨୫ ଲକ୍ଷ ୯୨ ହଜାର ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ, ଏଥିରେ ୧ ଲକ୍ଷ ୮୧ ହଜାର ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୫ ହଜାରରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪୫,୦୦୦ ଟପିଛି ।
ଆମେରିକା ପରେ ଏବେ ଫ୍ରାନ୍ସରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଏଠାରେ ୧ ଲକ୍ଷ ୬୦ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୦ ହଜାର ୭ ଶହ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ପେନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮ ହଜାର ୩୮୯ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୨୧ ହଜାର ୭୧୭ ରହିଛି। ଅନ୍ୟପକ୍ଷେ ଇଟାଲିରେ ମୃତ୍ୟୁସଂଖ୍ୟା ୨୪ ହଜାର ୬୪୮ରେ ପହଞ୍ଚିଛି। ବ୍ରିଟେନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ଟପିଥିବା ବେଳେ ୧୭ ହଜାର ୩୩୭ ଜଣଙ୍କ ମୃତ୍ୟୁ ହୋଇଛି ।
ଜର୍ମାନୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଆସନ୍ତାକାଲି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର କରୋନା ଟିକାର ମାନବ ପରୀକ୍ଷଣ ଆରମ୍ଭ କରିବ। ଜର୍ମାନ ମଧ୍ୟ ପ୍ରଥମ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବାକୁ ଘୋଷଣା କରିଛି। ଲଣ୍ଡନରେ କରୋନା ଟିକାର ପ୍ରୟୋଗ କ୍ଷେତ୍ରରେ ଭଲ୍ୟୁଣ୍ଟିୟରଙ୍କୁ ଅଂଶଗ୍ରହଣ କରିବାକୁ କୁହାଯାଇଛି।. ସଠିକ୍ ଖବର ସଠିକ୍ ସମୟରେ ଆପଣଙ୍କ ପାଖରେ ପହଞ୍ଚିବା ପାଇଁ ଡାଉନ୍ ଲୋଡ୍ କରନ୍ତୁ… bastabtv APP….
