ଟ୍ରାଞ୍ଜାକ୍ଟ ଆନାଲିସିସ ଓ କ୍ୟାମେରା ଟ୍ରାପ ଜରିଆରେ ଅକ୍ଟୋବରରୁ ହେବ ବାଘ ଗଣନା….

ବାସ୍ତବ ବ୍ୟୁରୋ: ରାଜ୍ୟରେ ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା। ଦୁଇଟି ପର୍ଯ୍ୟାୟରେ ହେବ ଗଣନା। ଟ୍ରାଞ୍ଜାକ୍ଟ ଆନାଲିସିସ ଓ କ୍ୟାମେରା ଟ୍ରାପ ଜରିଆରେ ହେବ ବାଘ ଗଣନା। ଏନେଇ ସୂଚନା ଦେଇଛନ୍ତି ବନ ବିଭାଗର ବରିଷ୍ଠ ଅଧିକାରୀ ।

ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, “ଟ୍ରାଞ୍ଜାକ୍ଟ ଆନାଲିସିସରେ ପାଦ ଚିହ୍ନ, ସ୍କ୍ରାଚ ମାର୍କ ଆଦି ଆଧାରରେ ବାଘ ଗଣନା କରାଯିବ। CCTV କ୍ୟାମେରା ଟ୍ରାପ୍ ଜରିଆରେ ବାଘର ଚଳପ୍ରଚଳକୁ କଏଦ କରାଯିବ। ପ୍ରାୟ ଦେଢ଼ ମାସ ଧରି ଚାଲିବ ବାଘ ଗଣନା। ସେହିପରି ୨୦୨୪ ମେ’ରୁ ହାତୀ ଗଣନା ହେବ ।”

ସେୟାର କରନ୍ତୁ

Next Post

ଗୁଜରାଟ ଅହମ୍ମଦାବାଦ ସ୍ଥିତ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ; ୧୨୫ ରୋଗୀ ସୁରକ୍ଷିତ ଉଦ୍ଧାର...

Sun Jul 30 , 2023
ବାସ୍ତବ ବ୍ୟୁରୋ: ଆଜି ସକାଳେ ଗୁଜରାଟ ଅହମ୍ମଦାବାଦ ସ୍ଥିତ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ। ଖବର ପାଇ ଅଗ୍ନିଶମ ବାହିନୀ ଫସି ରହିଥିବା ୧୨୫ ରୋଗୀଙ୍କୁ ଉଦ୍ଧାର କରିଛନ୍ତି। ଅହମ୍ମଦାବାଦର ଶାହିବାଗସ୍ଥିତ ରାଜସ୍ଥାନ ହସ୍ପିଟାଲର ତଳ ମହଲାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ତେବେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ପୋଲିସ ଇନ୍ସପେକ୍ଟର ଏମଡି ଚମ୍ପାଭତ କହିଛନ୍ତି, “ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। […]

You May Like

Pin It on Pinterest