ମହାନଦୀରେ ମଧ୍ୟମ ବନ୍ୟା! ତଳିଆ ଅଂଚଳ ପ୍ରତି ବିପଦ;୬ଟି ଜିଲ୍ଲା ଉପରେ ସତର୍କ ନଜର

ବାସ୍ତବ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ମହାନଦୀ ଫୁଲୁଥିବା ବେଳେ ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ତଳିଆ ଅଂଚଳ ପ୍ରତି ବିପଦ ସୃଷ୍ଟି ହୋଇଛି । ବିଶେଷ କରି ୬ଟି ଜିଲ୍ଲାକୁ ସତର୍କ କରାଯାଇଛି । ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ।

ତଳମୁଣ୍ଡରେ ପାଣି ଗତି ନକରିବା ଯାଏଁ ହୀରାକୁଦରେ କୌଣସି ଗେଟ ଖୋଲାଯିବ ନାହିଁ ବୋଲି ନିଷ୍ପତି ନେଇଛି ଜଳ ସଂପଦ ବିଭାଗ । ଏପଟେ ବରିଷ୍ଠ ଅଧିକାରୀଙ୍କ ସହ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର । ଏସଆରସିଙ୍କ ସୂଚନା ଅନୁସାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ୧୨ଟି ଜିଲ୍ଲାର ୮୨ଟି ବ୍ଲକର ୨୬୪ ପଂଚାୟତର ୪୮୧ଟି ଗାଁ ପ୍ରଭାବିତ ହୋଇଛି । ୪ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି । ୧୦୩ଟି ଜାଗାରେ ଦିଆଯାଉଛି ରନ୍ଧା ଖାଦ୍ୟ । ସ୍ଥିତିର ସୁଧାର ଆସିଲେ କ୍ଷୟକ୍ଷତି ରିପୋର୍ଟ ଦେବେ ଜିଲ୍ଲାପାଳ ।

ପୁରୀର କଣାସ, ଅସ୍ତରଙ୍ଗ, ଜଗତସିଂହପୁରର ଏରସମା ଆଦି ତଳିଆ ଅଂଚଳରେ ପାଣି ପଶିଛି । ବହୁ ଅଂଚଳରେ ଚାଷ ଜମି ଉପରେ ଲହଡ଼ି ଭାଙ୍ଗୁଛି ବନ୍ୟାପାଣି । ଦୟା, ରାଜୁଆ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ସେହିପରି କୁଅଖାଇ, ଭାର୍ଗବୀ, କୁଶଭଦ୍ରା, ଧନୁଆ ଆଦି ନଈରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବନ୍ୟା ଆଶଙ୍କାରେ ଅଛନ୍ତି ତଳିଆ ଅଂଚଳରେ ରହୁଥିବା ଲୋକ । ବାଙ୍କୀର ତଳିଆ ଅଂଚଳରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ ।

ବନ୍ୟାକୁ ନେଇ ନଦୀକୂଳିଆ ଲୋକେ ଭୟଭୀତ ଥିବା ବେଳେ ଯେକୌଣସି ପରସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଏନଡିଆରଏଫ ଓ ଓଡ୍ରାଫ ଟିମ୍ । ୧୫ ଜିଲ୍ଲା ପାଇଁ ମୃତୟନ ହୋଇଛନ୍ତି ୮ଟି ଏନଡିଆରଏଫ ଓ ୧୩ଟି ଓଡ୍ରାଫ ଟିମ୍ । ସେହିପରି ଅଗ୍ନିଶମ ବାହିନୀର ଅତିରିକ୍ତ ୨୩ଟି ଟିମ୍ ମୃତୟନ ହୋଇଛନ୍ତି ।

ସେୟାର କରନ୍ତୁ

Next Post

ଆରମ୍ଭ ହେଲା ‘ଷ୍ଟଡି ଇନ୍ ଇଣ୍ଡିଆ’ ପୋର୍ଟାଲ;ସହଜ କରିବ ଭାରତରେ ବିଦେଶୀ ଛାତ୍ରଛାତ୍ରୀଙ୍କ ଏକାଡେମିକ୍ ଯାତ୍ରା....

Thu Aug 3 , 2023
ବାସ୍ତବ ବ୍ୟୁରୋ: କେନ୍ଦ୍ର ସରକାର ଆରମ୍ଭ କଲେ ‘ଷ୍ଟଡି ଇନ୍ ଇଣ୍ଡିଆ’ ପୋର୍ଟାଲ । ଭାରତରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଆଜି (ଗୁରୁବାର) ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ‘ଷ୍ଟଡି ଇନ୍ ଇଣ୍ଡିଆ’(ଏସଆଇଆଇ) ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଉକ୍ତ ପୋର୍ଟାଲ […]

You May Like

Pin It on Pinterest