
ବାସ୍ତବ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଘୋଷଣା ହେଲା ମନମୋହନ ସାମଲଙ୍କ ନୂଆ ଟିମ । ବିଜେପି ରାଜ୍ୟ ପଦାଧିକାରୀଙ୍କ ୩୫ ଜଣିଆ କାର୍ଯ୍ୟକର୍ତ୍ତା ତାଲିକା ଜାରି ହୋଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦ୍ୱାରା ଜାରି ହୋଇଥିବା ତାଲିକାରେ ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ରହିଛନ୍ତି। ଏହା ସହ ମନମୋହନଙ୍କ ନୂଆ ଟିମ୍ରେ ରାଜ୍ୟ ବିଜେପିର ବିଭିନ୍ନ ମୋର୍ଚ୍ଚାର ନୂଆ ସଭାପତିଙ୍କ ନାମ ମଧ୍ୟ ରହିଛି।
ରାଜ୍ୟ ବିଜେପିର ଉପସଭାପତି ତାଲିକାରେ ଅଛନ୍ତି– ନାଉରୀ ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ସୁକେଶି ଓରାମ, ବିରଞ୍ଚିନାରାୟଣ ତ୍ରିପାଠୀ ଓ ଲେଖାଶ୍ରୀ ସାମନ୍ତସିଂହାର।
ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ତାଲିକାରେ ଅଛନ୍ତି – ସାରଦା ପ୍ରସାଦ ଶତପଥୀ, ଯତୀନ ମହାନ୍ତି, ଶ୍ରୀମତି ପୂର୍ଣ୍ଣିମା କେର୍କେଟା, ସୀମାଞ୍ଚଳ ଖଟେଇ ଓ ମାନସ କୁମାର ମହାନ୍ତି।
ରାଜ୍ୟ ବିଜେପିର ସମ୍ପାଦକ ତାଲିକାରେ ଅଛନ୍ତି – ରମେଶ ଚନ୍ଦ୍ର ସାହୁ,ଟଙ୍କଧର ତ୍ରିପାଠୀ, ନବୀନ ରାମ, ଶ୍ରୀମତି ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କର, ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର, ଶ୍ରୀମତି କସ୍ତୁରୀ ମିଶ୍ର, ଶ୍ରୀମତି ପୂର୍ଣ୍ଣିମା ନାୟକ ଓ ଇରାଶିଷ ଆଚାର୍ଯ୍ୟ।
ସେହିପରି ବିଜେପି ଯୁବ ମୋର୍ଚ୍ଚା ସଭାପତି ଭାବେ ଅଭିଳାଷ ପଣ୍ଡାଙ୍କୁ ନିଯୁକ୍ତି ମିଳିଥିବା ବେଳେ ମହିଳା ମୋର୍ଚ୍ଚା ସଭାପତି ହେଲେ ଡକ୍ଟର ଐଶ୍ଚର୍ଯ୍ୟା ବିଶ୍ୱାଳ, କିଷାନ ମୋର୍ଚ୍ଚା ସଭାପତି ଭାବେ ମହେଶ୍ୱର ସାହୁଙ୍କୁ ମିଳିଛି ନିଯୁକ୍ତି।
ଏସଟି ମୋର୍ଚ୍ଚା ସଭାପତି ଭାବେ ନିତ୍ୟାନନ୍ଦ ଗଣ୍ଡ, ଏସ୍ସି ମୋର୍ଚ୍ଚା ସଭାପତି ଭାବେ ବିଭୁପ୍ରସାଦ ତରାଇ ଓ ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ୱାଳଙ୍କୁ ମିଳିଛି ନୂଆ ଦାୟିତ୍ୱ।
ବିଜେପି ନୂଆ ଟିମ୍କୁ ନେଇ ଦଳର ଉପସଭାପତି ଗୋଲକ ମହାପାତ୍ର ବେଶ୍ ଉତ୍ସାହିତ ଥିବା କହିଛନ୍ତି। ସେ କହିଛନ୍ତି, “ଆଗାମୀ ଦିନରେ ଏହି କମିଟି ପୂରା ଦମ୍ରେ କାମ କରି ଦଳକୁ ମଜଭୁତ କରିବ। ଆସନ୍ତା ଥର ହେବାକୁ ଥିବା ନିର୍ବାଚନ ଜିତି ସରକାର ଗଠନ ପାଇଁ ଅକ୍ଳାନ୍ତ ପରିଶ୍ରମ ଜାରି ରହିବ। ଦଳର ବିଭିନ୍ନ ପଦ ପଦବୀରେ ସାମିଲ ହୋଇଥିବା କର୍ମକର୍ତ୍ତା ଦୀର୍ଘ ଦିନ ହେଲା ବିଜେପି ସହ ଜଡ଼ିତ ଅଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ଆଗାମୀ ନିର୍ବାଚନ ବୈତରଣୀ ପାର କରିବ।”