ହୀରାକୁଦରେ ସନ୍ଧ୍ୟା ସୁଦ୍ଧା ଖୋଲିବ ୧୦ଟି ଗେଟ୍…

ବାସ୍ତବ ବ୍ୟୁରୋ: ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ବଢ଼ିବାରେ ଲାଗିଛି ଜଳସ୍ତର । ଆଜି ସଂଧ୍ୟା ସୁଦ୍ଧା ୧୦ଟି ଗେଟ୍ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ।

ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ୫ଟି ଗେଟ୍ । ପରେ ସାଢ଼େ ୫ଟା ସୁଦ୍ଧା ଅନ୍ୟ ୫ଟି ଗେଟ୍ ଖୋଲାଯିବ । ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେବ । ହୀରାକୁଦରେ ୬୧୬ ଦଶମିକ ୩୭ ଫୁଟ ଜଳ ରହିଛି । ସେପଟେ ଜଳ ସମ୍ପଦ ସବୋର୍ଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି କହିଛନ୍ତି ରାଜ୍ୟରେ ବନ୍ୟାସ୍ଥିତି ନିୟନ୍ତ୍ରଣଧୀନ । ଘାଇ ସୃଷ୍ଟି ହୋଇଥିବା ସ୍ଥାନରେ ବାଲିବସ୍ତା ରଖାଯାଉଥିବା କହିଛନ୍ତି ।

ସେୟାର କରନ୍ତୁ

Next Post

ଆରମ୍ଭ ହେଲା ସାହାରା ଟଙ୍କା ଫେରସ୍ତ....

Fri Aug 4 , 2023
ବାସ୍ତବ ବ୍ୟୁରୋ: ସାହାରା ଗ୍ରୁପରେ ଦୀର୍ଘଦିନ ଧରି ଫଶି ରହିଥିବା ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି(ଶୁକ୍ରବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ଠାରେ ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ଟଙ୍କା ଫେରସ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି କ୍ରମରେ ଆଜି ୧୧୨ ଜଣ ଜମାକାରୀଙ୍କୁ ବ୍ୟାଙ୍କ ଖାତାକୁ ୧୦ ହଜାର ଟଙ୍କା ଲେଖାଏଁ ଟଙ୍କା ଫେରାଇଛନ୍ତି । ଏନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି […]

You May Like

Pin It on Pinterest