ଆରମ୍ଭ ହେଲା ସାହାରା ଟଙ୍କା ଫେରସ୍ତ….

ବାସ୍ତବ ବ୍ୟୁରୋ: ସାହାରା ଗ୍ରୁପରେ ଦୀର୍ଘଦିନ ଧରି ଫଶି ରହିଥିବା ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି(ଶୁକ୍ରବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ଠାରେ ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ଟଙ୍କା ଫେରସ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି କ୍ରମରେ ଆଜି ୧୧୨ ଜଣ ଜମାକାରୀଙ୍କୁ ବ୍ୟାଙ୍କ ଖାତାକୁ ୧୦ ହଜାର ଟଙ୍କା ଲେଖାଏଁ ଟଙ୍କା ଫେରାଇଛନ୍ତି । ଏନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି, ଏପର୍ଯ୍ୟନ୍ତ ୧୮ ଲକ୍ଷ ଜମାକାରୀ ଏହି ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ କରିସାରିଛନ୍ତି ।

ସୂଚନା ଥାଉକି ଜୁଲାଇ ୧୮ ତାରିଖରେ ସାହାରା ଇଣ୍ଡିଆ ଟଙ୍କା ଫେରସ୍ତ ନେଇ କେନ୍ଦ୍ର ଗୃହମନ୍ତ୍ରୀ ସାହାରା ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଏବେ ସେହି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉଛି ଯେଉଁମାନଙ୍କର ମାଚ୍ୟୁରିଟି ଅବଧୀ ସମାପ୍ତ ହୋଇସାରିଛି । ଏହି ପୋର୍ଟାଲରେ ଏବେ ସାହାରା ଇଣ୍ଡିଆ ଜମାକାରୀଙ୍କର ସମସ୍ତ ତଥ୍ୟ ରହିଛି ।

ସୂଚନାନୁଯାୟୀ, ସାହାରା ଇଣ୍ଡିଆ କୋ-ଅପରେଟିଭ ସୋସାଇଟିରେ ଜମାକାରୀଙ୍କର ୧୦ ହଜାର କୋଟି ଟଙ୍କା ଫଶି ରହିଛି । 

ସାହାରା ଇଣ୍ଡିଆ କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟ ଲିମିଟେଡ, ସହାରାୟନ ୟୁନିଭର୍ସଲ ମଲ୍ଟିପ୍ରପୋଜ ସୋସାଇଟି ଲମିଟେଡ, ହମାରା ଇଣ୍ଡିଆ କୋ-ଅପରେଟିଭ ସୋସାଇଟି ଲିମିଟେଡ ଓ ଷ୍ଟାର୍ସ ମଲ୍ଟିପ୍ରପୋଜ କୋ-ଅପରେଟିଭ ସୋସାଇଟି ଲିମିଟେଡର ନିବେଶକମାନେ ଏହି ପୋର୍ଟାଲ ମାଧ୍ୟମରେ ଟଙ୍କା ଫେରିପାଇବା ପାଇଁ ଆବେଦନ କରିପାରିବେ ।

ସେୟାର କରନ୍ତୁ

Next Post

ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ଶାହା;ମନରୁ ଦ୍ୱନ୍ଦ୍ୱ ଦୂର କରି ଲଢେଇ ପାଇଁ ପ୍ରସ୍ତୁତ ରୁହ...

Sat Aug 5 , 2023
ବାସ୍ତବ ବ୍ୟୁରୋ: ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ମନରୁ ଦ୍ୱନ୍ଦ୍ୱ ଦୂର କରି ଲଢେଇ ପାଇଁ ପ୍ରସ୍ତୁତ ରହିବା ସହିତ, ଯେଉଁ ଦାୟିତ୍ୱ ଦିଆଯାଇଛି, ସେ ଅନୁଯାୟୀ କାମ କରନ୍ତୁ ବୋଲି କହିଛନ୍ତି ଅମିତ ଶାହା । ସୂଚନାନୁଯାୟୀ, ଦୁଇଦିନିଆ ଗସ୍ତରେ ଆସି ନୂଆଦିଲ୍ଲୀ ଫେରିବା ପୂର୍ବରୁ ପ୍ରାୟ ୪ଘଣ୍ଟା ଧରି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଦଳର […]

You May Like

Pin It on Pinterest