ବଢୁଛି ହୀରାକୁଦର ଜଳସ୍ତର;୨୦ଟି ଗେଟରେ ଛଡ଼ାଯାଉଛି ପାଣି

ବାସ୍ତବ ବ୍ୟୁରୋ: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି। ଆଜି(ରବିବାର) ସକାଳ ୮ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୯୭ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪,୨୫,୩୮୩ କ୍ୟୁସେକ ଜଳ ପ୍ରବେଶ କରୁଛି। ୨୦ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୩,୧୭,୬୭୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୯୫ ଫୁଟ ରହିଥିଲା। ସେତେବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୩,୮୮,୯୩୧ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ସେହିଭଳି ପ୍ରତି ସେକେଣ୍ଡରେ ୩,୫୫,୭୯୩ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଥିଲା। ସକାଳ ୬ଟାରେ ମଧ୍ୟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥଇଲା।

୨୦ଟି ଗେଟ୍ ଖୋଲାଯାଇଥିବା ସତ୍ତ୍ୱେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁ ଆଗକୁ ଆଉ କିଛି ଗେଟ୍ ଖୋଲାଯାଇପାରେ ବୋଲି ଜଣାପଡ଼ିଛି।

ସେୟାର କରନ୍ତୁ

Next Post

୫୦୮ଟି ରେଳ ଷ୍ଟେସନ୍‌ର ପୁନଃନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ।

Sun Aug 6 , 2023
ବାସ୍ତବ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରରେନ୍‌ସିଙ୍ଗ୍‌ ଜରିଆରେ ଓଡ଼ିଶା ସମେତ ୨୭ଟି ରାଜ୍ୟରେ ଥିବା ୫୦୮ଟି ରେଳ ଷ୍ଟେସନ୍‌ର ପୁନଃନିର୍ମାଣ ତଥା ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଅମୃତ ଭାରତ ଯୋଜନା ଅଧୀନରେ ଏହି ବିକାଶମୂଳକ କାର୍ଯ୍ୟ କରାଯିବ। ସମଗ୍ର ଦେଶରେ ୫୦୮ ରେଳ ଷ୍ଟେସନର ପୁନର୍ବିକାଶ ହେବାକୁ ଥିବାବେଳେ ଏଥିରେ ଓଡିଶାର ୨୫ଟି ରେଳ ଷ୍ଟେସନ ସାମିଲ ଅଛି। ଏଥିପାଇଁ ମୋଟ ୨୫ ହଜାର […]

You May Like

Pin It on Pinterest