୫୦୮ଟି ରେଳ ଷ୍ଟେସନ୍‌ର ପୁନଃନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ।

ବାସ୍ତବ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରରେନ୍‌ସିଙ୍ଗ୍‌ ଜରିଆରେ ଓଡ଼ିଶା ସମେତ ୨୭ଟି ରାଜ୍ୟରେ ଥିବା ୫୦୮ଟି ରେଳ ଷ୍ଟେସନ୍‌ର ପୁନଃନିର୍ମାଣ ତଥା ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ଅମୃତ ଭାରତ ଯୋଜନା ଅଧୀନରେ ଏହି ବିକାଶମୂଳକ କାର୍ଯ୍ୟ କରାଯିବ। ସମଗ୍ର ଦେଶରେ ୫୦୮ ରେଳ ଷ୍ଟେସନର ପୁନର୍ବିକାଶ ହେବାକୁ ଥିବାବେଳେ ଏଥିରେ ଓଡିଶାର ୨୫ଟି ରେଳ ଷ୍ଟେସନ ସାମିଲ ଅଛି। ଏଥିପାଇଁ ମୋଟ ୨୫ ହଜାର କୋଟି ବ୍ୟୟ ଅଟକଳ ହୋଇଛି।

ଏହି ୫୦୮ରେଳ ଷ୍ଟେସନ୍ ୨୭ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ୟାପିଛି। ଏଥିରୁ ୪୫୦ ରୁ ଅଧିକ ରେଳ ଷ୍ଟେସନ୍ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୨୦ଟି ଅଞ୍ଚଳ ରହିଛି। ପୁନର୍ବିକାଶ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଯୋଗ ଦେଇଥିଲେ। 

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ରେଳ ଇତିହାସରେ ନୂଆ ଅଧ୍ୟାୟ ଯୋଡିଛି। ଅମୃତକାଳ ଆରମ୍ଭରେ ଐତିହାସିକ କାର୍ଯ୍ୟ ପାଇଁ ମୁଁ ରେଳ ମନ୍ତ୍ରଣାଳୟକୁ ପ୍ରଶଂସା କରୁଛି ଏବଂ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଆମ ସହରର ପରିଚୟ ସହରର ରେଳ ଷ୍ଟେସନ ସହିତ ମଧ୍ୟ ଜଡିତ। ଯଦି କୌଣସି ପର୍ଯ୍ୟଟକ, ଘରୋଇ କିମ୍ବା ବିଦେଶୀ ଷ୍ଟେସନରେ ପହଞ୍ଚିବେ, ତେଣୁ ସହରର ପ୍ରଥମ ଚିତ୍ର ସୁନ୍ଦର ହେବ।’  

‘ଦେଶର ମୋଟ ୧୩୦୦ ଷ୍ଟେସନ ମଧ୍ୟରୁ ୫୦୮ ଷ୍ଟେସନକୁ ପୁର୍ବିକାଶ କରାଯିବ। ଏସବୁ ଷ୍ଟେସନରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଭାରତ କେବଳ ୯ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା, ୟୁକ୍ରେନ, ସ୍ୱିଡେନ, ବ୍ରିଟେନ ଭଳି ଦେଶର ରେଳ ନେଟୱାର୍କ ଭଳି ଟ୍ରାକ୍ ନିର୍ମାଣ କରିଛି। ଆଗକୁ ହଜାରେ ରେଳ ଷ୍ଟେସନରେ ମାଗଣା ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ।’ 

ସେୟାର କରନ୍ତୁ

Next Post

ଝିଲିମିଣ୍ଡା ଜଗନ୍ନାଥ ଫାଇଭ୍-ଟି ସ୍କୁଲ ରୁ ଖସିଲା ସିଲିଂ,ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ....

Mon Aug 7 , 2023
ନବୀନ ଦାଶ(ବରଗଡ଼):-(୭.୮)ଚାରିଆଡେ଼ ଫାଇଭ୍-ଟି ସ୍କୁଲ ରୂପାନ୍ତରିକରଣ କରିବାକୁ ଯାଇ ଛାତ୍ରଛାତ୍ରୀ ଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ଛୋଟ ରୁ ବଡ ଅଧିକାରୀ ତଥା ସରକାରୀ ମୁଣ୍ଡ ମାନଙ୍କୁ ସରକାର ଖଞ୍ଜି ଦେଇଛନ୍ତି। ହେଲେ ଫାଇଭ୍-ଟି ସ୍କୁଲ ଗୁଡ଼ିକ ଅତି ନିମ୍ନ ମାନର ହୋଇଥିବା ଯୋଗୁଁ ଦିନକୁ ଦିନ ନୂଆଁ ନୂଆଁ ଘଟଣା ମାନ ଘଟି ଯାଉଛି । କେଉଁଠି ଗଛ କାଟି […]

You May Like

Pin It on Pinterest