ଝିଲିମିଣ୍ଡା ଜଗନ୍ନାଥ ଫାଇଭ୍-ଟି ସ୍କୁଲ ରୁ ଖସିଲା ସିଲିଂ,ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ….

ନବୀନ ଦାଶ(ବରଗଡ଼):-(୭.୮)ଚାରିଆଡେ଼ ଫାଇଭ୍-ଟି ସ୍କୁଲ ରୂପାନ୍ତରିକରଣ କରିବାକୁ ଯାଇ ଛାତ୍ରଛାତ୍ରୀ ଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ଛୋଟ ରୁ ବଡ ଅଧିକାରୀ ତଥା ସରକାରୀ ମୁଣ୍ଡ ମାନଙ୍କୁ ସରକାର ଖଞ୍ଜି ଦେଇଛନ୍ତି। ହେଲେ ଫାଇଭ୍-ଟି ସ୍କୁଲ ଗୁଡ଼ିକ ଅତି ନିମ୍ନ ମାନର ହୋଇଥିବା ଯୋଗୁଁ ଦିନକୁ ଦିନ ନୂଆଁ ନୂଆଁ ଘଟଣା ମାନ ଘଟି ଯାଉଛି । କେଉଁଠି ଗଛ କାଟି ଫାଇଭ୍-ଟି ତ ଆଉ କେଉଁଠି ରଙ୍ଗ ମାରି ଫାଇଭ୍-ଟି ସ୍କୁଲ ଭୁଶୁଡ଼ି ପଡୁଛି।ଯାହାର ଜ୍ୱଳନ୍ତ ଉଦାହରଣ ସ୍ୱରୂପ ବରଗଡ ଜିଲ୍ଲା ତଥା ଅତାବିରା ବ୍ଲକ ଅଧିନରେ ଥିବା ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ଫାଇଭ୍-ଟି ରେ ସାମିଲ କରି କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇ ଦେବା ନାଁ ରେ ଜେଇ ଠିକାଦାର ଙ୍କ ମଧୁ ଚନ୍ଦ୍ରିକା ରେ କିଛି ଅସାଧୁ ଅଧିକାରୀ ମାନଙ୍କ ସ୍ୱାର୍ଥ ଲାଳସା ରେ ଅର୍ଥ ହରି ଲୁଟ୍ ହୋଇ ଏବେ ଛାତ୍ରଛାତ୍ରୀ ଙ୍କୁ କାଳ ସାଜିଛି।

କେଉଁଠି ପୁରୁଣା ଟିଣ ଚଦର ରେ ରଙ୍ଗ ମାରି ଅତାବିରା ରେ ଫାଇଭ୍-ଟି ସ୍କୁଲ ଶୋଭା ପାଉଥିବା ବେଳେ ଆବଶ୍ୟକ ମୁତାବକ ଶୌଚାଳୟ ନାହିଁ।କେଉଁଠି ଫାଇଭ୍-ଟି ସ୍କୁଲ ଛାତରୁ ପାଣି ଝରୁଥିବା ଦୃଶ୍ୟ ସହ କାହା ସାମ୍ନା ପଟ ନାନା ରଙ୍ଗ ବେର ଙ୍ଗ କରି ସୌନ୍ଦର୍ଯିକରଣ ତଥା ଚାକଚକ୍ୟ କରିଦେଇ ପଛ ପାଖ ସମ୍ପୂର୍ଣ୍ଣ ଖୋଲା ରହିବା ଓ କାନ୍ଥ ପଡ଼ିବା ଅବସ୍ଥାରେ ଦୁର୍ଘଟଣା କୁ ଆମନ୍ତ୍ରଣ କରୁଛି।କେତେ ବେଳେ ଯେ ପଢୁଆ ପିଲା ଙ୍କ ପାଇଁ କାଳ ନହେବ କିଏ କହିବ ବୋଲି ଲୋକେ କହନ୍ତି।ସେହିପରି କେଉଁଠି ଫାଇଭ୍-ଟି ସ୍କୁଲ ର ନବ ନିର୍ମିତ ପିଳର୍ ହଲି ସଂପୃକ୍ତ ଜେଇ ଙ୍କୁ ଟ୍ରାସ୍ନଫର୍ କରି ଦିଆଯାଉଛି, ଅତି ଦୁର୍ବଳ ମାଟି କାନ୍ଥ,ପୁରୁଣା ଟିଣ ଚଦର ଚଢାଇ ଫାଇଭ୍-ଟି ରେ ରୂପାନ୍ତରି କରଣ କାର୍ଯ୍ୟ ଜୋର୍ ଦାର୍ ଭାବରେ ଚାଲିଛି।ବ୍ଲକ ଅଧିକାରୀ ସମେତ ଛୋଟ ବଡ ଅଧିକାରୀ ଅଧିକାରୀ ମାନଙ୍କୁ ଗୁରୁ ଦାୟିତ୍ଵ ଦେଇ କିଭଳି ଭାବରେ ପିଲାଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଖଞ୍ଜି ଚାଲିଛନ୍ତି ହେଲେ ଅତାବିରା ବ୍ଲକ ରେ ତାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା,ଛାତ ରୁ ପାଣି ଝରିବା ସହ ପାଚେରୀ ଓ ଶୌଚାଳୟ ସହ ଉପଯୁକ୍ତ ଶିକ୍ଷକ ମଧ୍ୟ ନାହାନ୍ତି।

ଫାଇଭ୍-ଟି ସ୍କୁଲ ଗୁଡ଼ିକ “ବାହାର ଚିକ୍କଣ ଭିତର ପୋଲା” ଦୃଶ୍ୟ ବାରି ହୋଇ ପଡ଼ୁଥିବାବେଳେ ଫାଇବ ଟି ସ୍କୁଲ ରେ କିଞ୍ଚିତ ଉଦାହରଣ ସ୍ୱରୂପ ଅତାବିରା ବ୍ଲକ ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଫାଇଭ୍-ଟି ଅଧିନରେ ରୂପାନ୍ତରିକରଣ କାର୍ଯ୍ୟ ହୋଇଛି।ଏଥିରେ ଫା ଇଭ୍ ଟି ରୁ ୪୫ଲକ୍ଷ ସହ ବିଭିନ୍ନ ଫଣ୍ଡ ରୁ ସମୁଦାୟ ୭୨ ଲକ୍ଷ ୪୯ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଜଣା ପଡିଥିବାବେଳେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଯୋଗୁଁ ବିଦ୍ୟାଳୟର ବିଜ୍ଞାନଗାର ର ସିଲିଂ ଖସି ପଡିଗଲାଣି,ଭାଗ୍ୟବଶତଃ ଏହି ସମୟରେ କୌଣସି ଛାତ୍ରଛାତ୍ରୀ ବିଜ୍ଞାନ ଗାର ଖାସି ଥିବା ସିଲିଂ ନିକଟରେ ନଥିବା ଯୋଗୁଁ ଗୋଟିଏ ବଡ ଅଘଟଣ ରୁ ବର୍ତ୍ତି ଯାଇ ଛନ୍ତି,ଯଦି ଥାଆନ୍ତେ ନିଶ୍ଚିତ ଭାବରେ ଦୁର୍ଘଟଣା ଶିକାର ହୋଇଥାନ୍ତେ।

ଏହି ଉଚ୍ଚ ବିଦ୍ୟାଳୟରେ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ସିଲିଂ ଖସି ଯିବା ସହ ଆଉ କେଉଁ ଦଶା ଭୋଗିବାକୁ ପଡ଼ିବ ବୋଲି ସାଧାରଣ ରେ ବେଶ୍ ଚର୍ଚ୍ଚା ର ବିଷୟ ହୋଇଛି।ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତଥା ବରଗଡ ଜିଲ୍ଲାପାଳ ବିହିଟ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ସହ ବିଜ୍ଞାନଗାର କୁ ଛାତ୍ରଛାତ୍ରୀ ପଢିବା ଯୋଗ୍ଯ ତିଆରି କରିବା ଓ ଛୋଟ ପିଲାଙ୍କ ଜୀବନ ସହ ଖେଳ ଖେଳୁଥିବା ସଂପୃକ୍ତ ବ୍ୟକ୍ତି ବିଶେଷ ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।

ସେୟାର କରନ୍ତୁ

Next Post

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି; ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

Tue Aug 8 , 2023
ବାସ୍ତବ ବ୍ୟୁରୋ: ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଦତ୍ତମହାପାତ୍ର ନିଯୋଗ, ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ଆଲୋଚନା ପରେ ବନକଲାଗି ନୀତି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁଯାୟୀ, ଶ୍ରୀବିଗ୍ରହଙ୍କ ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ନିଯୋଗ ମଧ୍ୟରେ ବିବାଦ ଲାଗିରହିଥିଲା। ଏହି ବିବାଦ କାରଣରୁ ନୀଳାଦ୍ରି […]

You May Like

Pin It on Pinterest