ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର…

ବାସ୍ତବ ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର। ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି।

୨୦୨୨ ଜୁନ୍ ୧୦ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୧ ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ତ୍ରିପୁରାରେ ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ।

୨୦୧୮ ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହାପରେ ୨୦୨୨ ଜୁନ୍ ୧୦ ତାରିଖରୁ ସେ ଓଡିଶା ହାଇକୋର୍ଟର ବିଚାରପତି ଅଛନ୍ତି । ସୋମବାର ଦିନ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଅବସର ନେଇଛନ୍ତି ।

ସେୟାର କରନ୍ତୁ

Next Post

ଧର୍ମରକ୍ଷା ଓ ଶାନ୍ତିସ୍ଥାପନ ହେଉଛିକଳକୀ ସେନାର ମୂଳମନ୍ତ୍ର -ସଦଗୁରୁ କଳକୀବାବା

Tue Aug 8 , 2023
ସଂଜୟ ଶତପଥୀ(କଟକ):ବିଶ୍ୱ ସତ୍ୟ-ସନାତନ-ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ଧର୍ମସଭାରେ ସଦଗୁରୁ କଳକୀବାବା ଯୋଗଦେଇ କହିଲେ -ଧର୍ମରକ୍ଷା ଓ ଶାନ୍ତି ସ୍ଥାପନ ହେଉଛି କଳକୀ ସେନାର ମୂଳମନ୍ତ୍ର ।ଏହି ବାର୍ତ୍ତାକୁ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଜଣାଇବା ହେଉଛି ପ୍ରତ୍ୟେକ ସେନାନୀର ସାଧୁ ଉଦ୍ୟମ । ନରାଜ-ମାର୍ଥାପୁରସ୍ଥିତ ଶ୍ରୀ ଅନନ୍ତବାସୁଦେବ ମନ୍ଦିର ପରିସରରେ ଆୟୋଜିତ ଧର୍ମସଭାରେ କଳକୀରତ୍ନ ଲକ୍ଷ୍ମୀଧର ଦାସଙ୍କ ସଭାପତିତ୍ୱ କରିଥିଲେ ।ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥାଷ୍ଟକ ଓ […]

You May Like

Pin It on Pinterest