ଧର୍ମରକ୍ଷା ଓ ଶାନ୍ତିସ୍ଥାପନ ହେଉଛିକଳକୀ ସେନାର ମୂଳମନ୍ତ୍ର -ସଦଗୁରୁ କଳକୀବାବା

ସଂଜୟ ଶତପଥୀ(କଟକ):ବିଶ୍ୱ ସତ୍ୟ-ସନାତନ-ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ଧର୍ମସଭାରେ ସଦଗୁରୁ କଳକୀବାବା ଯୋଗଦେଇ କହିଲେ -ଧର୍ମରକ୍ଷା ଓ ଶାନ୍ତି ସ୍ଥାପନ ହେଉଛି କଳକୀ ସେନାର ମୂଳମନ୍ତ୍ର ।ଏହି ବାର୍ତ୍ତାକୁ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଜଣାଇବା ହେଉଛି ପ୍ରତ୍ୟେକ ସେନାନୀର ସାଧୁ ଉଦ୍ୟମ ।

ନରାଜ-ମାର୍ଥାପୁରସ୍ଥିତ ଶ୍ରୀ ଅନନ୍ତବାସୁଦେବ ମନ୍ଦିର ପରିସରରେ ଆୟୋଜିତ ଧର୍ମସଭାରେ କଳକୀରତ୍ନ ଲକ୍ଷ୍ମୀଧର ଦାସଙ୍କ ସଭାପତିତ୍ୱ କରିଥିଲେ ।ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥାଷ୍ଟକ ଓ କଳକୀ ଭଜନ ଗାନ କରାଯିବାପରେ ମୁଖ୍ୟ ପ୍ରବକ୍ତା ପ୍ରସନ୍ନାନନ୍ଦ ଦାସଗୁରୁ ମୌନୀବାବା କହିଲେ – ସନାତନ ଧର୍ମର ମୂଳତତ୍ତ୍ୱକୁ କଳକୀ ସେନା ପ୍ରଚାର କରିବା ଯୁଗ ପରିବର୍ତ୍ତନର ସୂଚନା ଦେଉଛି ବୋଲି ଭକ୍ତମାନଙ୍କ ପାଇଁ ଶୁଭ ସୂଚନା ।

ଅନ୍ୟମାନଙ୍କ ମଧ୍ୟରେ ସେନାର ପ୍ରଚାର କମିଟି ଅଧ୍ୟକ୍ଷ ଆଡ଼ଭୋକେଟ ଏସ. ପିନାକୀନ, କେନ୍ଦ୍ର ଲୋକସମ୍ପର୍କ ପ୍ରମୁଖ ବିଜୟ କୁମାର ସାମଲ, ଆଡ଼ଭୋକେଟ ପ୍ରସନ୍ନ କୁମାର ମହାପାତ୍ର, ପ୍ରଭାତ କୁମାର ସାହୁ ଓ ନିଶିକାନ୍ତ ପରିଡା ପ୍ରମୁଖ କଳକୀ ଦର୍ଶନ ଉପରେ ବିଶଦଭାବେ ଆଲୋଚନା କରିଥିଲେ ।ଶେଷରେ ପଣ୍ଡିତ ନିରାକାର ପଣ୍ଡା ଧନ୍ୟବାଦ ଦେବାପରେ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲା ।

ସେୟାର କରନ୍ତୁ

Next Post

ଆଇନ୍ ଛାତ୍ର ଓମ୍ ପ୍ରକାଶ ପଣ୍ଡାଙ୍କ ଓଡିଶା ବାର୍ କାଉନ୍ସିଲ,କଟକଠାରେ ଏକ ଦାବୀପତ୍ର....

Wed Aug 9 , 2023
ସଂଜୟ ଶତପଥୀ(କଟକ): ଆଇନ୍ ଛାତ୍ର ଓମ୍ ପ୍ରକାଶ ପଣ୍ଡା ଓଡିଶା ବାର୍ କାଉନ୍ସିଲ, କଟକଠାରେ ଏକ ଦାବୀପତ୍ର ଦେଇଛନ୍ତି। ଏହି ଦାବୀପତ୍ରରେ ସେ ଆଇନଜୀବୀ ମାନଙ୍କ ଲାଇସେନ୍ସ ତଥା ସଦସ୍ଯତା ବାବାଦକୁ ନିଆଯାଉଥିବା ଅର୍ଥକୁ କମ୍ କରିବାକୁ ଦାବୀ ରଖିଛନ୍ତି। ଅନ୍ୟ ରାଜ୍ଯରେ ନିଆଯାଉଥିବା ଲାଇସେନ୍ସ ଫି ଅପେକ୍ଷା ଓଡିଶାର ଲାଇସେନ୍ସ ଫି ବହୁତ ଅଧିକ, ଆଇନ୍ ଶିକ୍ଷା ସମାପ୍ତ କରି ନୁତନ ଭାବେ ଆଇନଜୀବୀ ଭାବେ ସଦସ୍ୟତା ବାବଦକୁ […]

You May Like

Pin It on Pinterest