ଆଇନ୍ ଛାତ୍ର ଓମ୍ ପ୍ରକାଶ ପଣ୍ଡାଙ୍କ ଓଡିଶା ବାର୍ କାଉନ୍ସିଲ,କଟକଠାରେ ଏକ ଦାବୀପତ୍ର….

ସଂଜୟ ଶତପଥୀ(କଟକ): ଆଇନ୍ ଛାତ୍ର ଓମ୍ ପ୍ରକାଶ ପଣ୍ଡା ଓଡିଶା ବାର୍ କାଉନ୍ସିଲ, କଟକଠାରେ ଏକ ଦାବୀପତ୍ର ଦେଇଛନ୍ତି। ଏହି ଦାବୀପତ୍ରରେ ସେ ଆଇନଜୀବୀ ମାନଙ୍କ ଲାଇସେନ୍ସ ତଥା ସଦସ୍ଯତା ବାବାଦକୁ ନିଆଯାଉଥିବା ଅର୍ଥକୁ କମ୍ କରିବାକୁ ଦାବୀ ରଖିଛନ୍ତି। ଅନ୍ୟ ରାଜ୍ଯରେ ନିଆଯାଉଥିବା ଲାଇସେନ୍ସ ଫି ଅପେକ୍ଷା ଓଡିଶାର ଲାଇସେନ୍ସ ଫି ବହୁତ ଅଧିକ, ଆଇନ୍ ଶିକ୍ଷା ସମାପ୍ତ କରି ନୁତନ ଭାବେ ଆଇନଜୀବୀ ଭାବେ ସଦସ୍ୟତା ବାବଦକୁ ୪୦୦୦୦ ରୁ ଉର୍ଦ୍ଧ ଟଙ୍କା ଦେଇ ଲାଇସେନ୍ସ ନେବା ନିହାତି କଷ୍ଟକର।

ପ୍ରାରମ୍ଭିକ ସମୟରେ ନିଜକୁ ପ୍ରତିଷ୍ଠିତ କରିବାକୁ ଆଇନଜୀବୀ ମାନଙ୍କୁ ବହୁ ପରିଶ୍ରମ କରିବାକୁ ହୁଏ ତଥା ରୋଜଗାର ବି ଏତେ ହୁଏନାହିଁ ସେହିସମୟରେ ଏହି ଲାଇସେନ୍ସ ବାବଦକୁ ଫି ଦେବା ସହଜ ନୁହଁ। ଏ ନେଇ ସୁପ୍ରିମକୋର୍ଟରେ ମକଦ୍ଦମା ଚାଲିଛି ଓ ବିଭିନ୍ନ ରାଜ୍ଯରେ ଏଥିପାଇଁ ନୁତନ ଭାବେ ଲାଇସେନ୍ସ ନେବା ଅପେକ୍ଷାରେ ଥିବା ଆଇନ୍ ଛାତ୍ରଛାତ୍ରୀ ମାନେ ଅସନ୍ତୋଷ ଜାହିର କରିଛନ୍ତି। ସୁଚନା ଥାଉକି ଏହି ଲାଇସେନ୍ସ ବିନା ଆଇନଜୀବୀ ଭାବରେ କାମ କରିବା ସମ୍ଭବ ନୁହେଁ।

ଏହି ଦାବିପତ୍ର ମାଧ୍ଯମରେ ଶ୍ରୀ ପଣ୍ଡା ଏହି ଫି କମ୍ କରିବାକୁ ଅନୁରୋଧ କରିଛନ୍ତି। ଏହି ଦାବିପତ୍ର ଦେବାପାଇଁ ଓଡିଶା ବାର୍ କାଉନ୍ସିଲ, କଟକ ଠାରେ ଶ୍ରୀ ପଣ୍ଡାଙ୍କ ସହ ସୌମେନ୍ଦ୍ର ସାହୁ, ସୁଶିଲ୍ ନନ୍ଦ, ଅବିନାଶ ପାଠଯୋଶୀ ଆଦି ଆଇନ୍ ଛାତ୍ରମାନେ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ପୁରୁଣା କାରାଗାରକୁ ଜାତୀୟ ସ୍ମାରକୀ ଘୋଷଣା ଦାବୀ ଯୋରଧରିଲା....

Wed Aug 9 , 2023
ନବରଙ୍ଗପୁର(ପ୍ରତାପ ଦାଶ):ତା ୯/୮-ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସଂଗ୍ରାମୀଙ୍କ ବୀରତ୍ୱ ଓ ଶହୀଦ ବୀର ଙ୍କ ଆତ୍ମ ବଳିଦାନର ଗାଥା ଅବିସ୍ମରଣୀୟ ଓ ଚିର ବନ୍ଦନୀୟ l ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ପଛପଟରେ ଥିବା ବ୍ରିଟିଶ ସରକାର ଅମଳର ପୁରାତନ କାରାଗାର ସଂଗ୍ରାମୀଙ୍କ ସ୍ମୁତି ଓ ବିସ୍ମୃତିର ମହାନ ପୀଠ ସ୍ଥଳ l ହେଲେ ସ୍ୱାଧୀନତା ପ୍ରାପ୍ତିର ସାତ ଦଶନ୍ଧି ଅତିବାହିତ ହୋଇଯାଇ ଥିଲେ ମଧ୍ୟ ଏହି […]

You May Like

Pin It on Pinterest