ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ….

ବାସ୍ତବ ବ୍ୟୁରୋ : ଆରବିଆଇ ଆଜି ଏହାର ଆରବିଆଇ କ୍ରେଡିଟ୍ ପଲିସି(ମୁଦ୍ରା ନୀତି) ଘୋଷଣା କରିଛି। ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ପୂର୍ବରୁ ଥିବା ରେପୋ ହାର ୬.୫୦ ପ୍ରତିଶତକୁ ବଳବତ୍ତର ରଖାଯାଇଛି। ଏହା ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ହୋଇଥିଲେ ମଧ୍ୟ ଯେଉଁମାନେ ବ୍ୟାଙ୍କରୁ ଶସ୍ତା ଋଣ ପାଇଁ ଆଶା କରିଥିଲେ ସେମାନଙ୍କ ପାଇଁ ନୈରାଶ୍ୟଜନକ ଖବର। 

ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟିର ତିନି ଦିନିଆ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, “ଦରଦାମ୍ ହ୍ରାସ କରିବା ଉପରେ ଆରବିଆଇର ଫୋକସ୍ ରହିଛି ଏବଂ ଆମ ଅର୍ଥନୀତିରେ ଅଭିବୃଦ୍ଧି ମଧ୍ୟ ଅକ୍ଷୁର୍ଣ୍ଣ ରହିଛି। ଯଦିଓ ଦରଦାମ୍ ବୃଦ୍ଧି ଆରବିଆଇର ଲକ୍ଷ୍ୟଠାରୁ ଅଧିକ ରହିଛି, ତଥାପି ୪ ପ୍ରତିଶତ ମୁଦ୍ରାସ୍ଫୀତି ହାସଲ କରିବାକୁ ଆରବିଆଇ ପ୍ରତିଶ୍ରୁତିବଦ୍ଧ। ମୂଳ ଦରଦାମ୍ ହାର ହ୍ରାସ ପାଉଛି, ଏହି କାରଣରୁ ଏହାର ପ୍ରଭାବ ନିୟମିତ ଦରଦାମ୍ ଉପରେ ମଧ୍ୟ ଦେଖାଯିବ। ପନିପରିବା ଦରବୃଦ୍ଧି କାରଣରୁ ଜୁଲାଇ-ଅଗଷ୍ଟରେ ମୁଦ୍ରାସ୍ଫିତି ହାର ଅଧିକ ହେବାର ସମ୍ଭାବନା ରହିଛି ।”

ଅନ୍ୟପକ୍ଷରେ ଆରବିଆଇ ଆର୍ଥିକ ବର୍ଷ ୨୦୨୪ ପାଇଁ ଜିଡିପି ଅଭିବୃଦ୍ଧି ୬.୫୦ ପ୍ରତିଶତରେ ବଳବତ୍ତର ରହିବ ବୋଲି ପୂର୍ବାନୁମାନ କରିଛନ୍ତି। ଏହା ଅନେକ ଦେଶର ଅର୍ଥନୀତି ଅପେକ୍ଷା ଭଲ ହେବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। ବିଶ୍ୱ ସ୍ତରରେ ଅନିଶ୍ଚିତତା ସତ୍ତ୍ୱେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ମଜବୁତ ରହିଛି। ଦେଶର ମାକ୍ରୋ ଆର୍ଥିକ ସ୍ଥିତି ଶକ୍ତିଶାଳୀ ରହିଛି। ଭାରତ ବିଶ୍ୱ ପାଇଁ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ ପାଲଟିଛି। ଅନ୍ୟ ଦେଶ ତୁଳନାରେ ଭଲ ସ୍ଥିତିରେ ଅଛି, ଚଳିତ ଆର୍ଥିକ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାର ୬.୫୦ ପ୍ରତିଶତ ହେବ ବୋଲି ଆଶା କରାଯାଉଛି

ସେୟାର କରନ୍ତୁ

Next Post

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାର ଯୋଗାଇ ଦେବେ ମାଗଣା ପାଠ୍ୟପୁସ୍ତକ...

Thu Aug 10 , 2023
ବାସ୍ତବ ବ୍ୟୁରୋ: ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭଳି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। 5T ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି । ଆଗାମୀ ଶିକ୍ଷାବର୍ଷ ଅର୍ଥାତ୍ ୨୦୨୪-୨୫ ବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାର ଯୋଗାଇ ଦେବେ ମାଗଣା […]

You May Like

Pin It on Pinterest