ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ବାସ୍ତବ ବ୍ୟୁରୋ: ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ । ତ୍ରିରଙ୍ଗା ନେଇ ଗୋଟିଏ ଛାତ୍ର ଗୋଷ୍ଠୀ କଲେଜ କ୍ୟାମ୍ପସ ଭିତରକୁ ଯିବାବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକ୍ୟୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇଥିବା ଅଭିଯୋଗ ହୋଇଛି । ଫଳରେ ଗେଟ୍ ବାହାରେ ତ୍ରିରଙ୍ଗା ଧରି ଧାରଣାରେ ବସିଛନ୍ତି । ଅନ୍ୟ ଗୋଷ୍ଠୀ କ୍ୟାମ୍ପସ ଭିତରେ ରହିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପାଇଁ ପୋଲିସ ମୁତୟନ ହୋଇଛନ୍ତି ।

ସେପଟେ କଲେଜ ଅଧ୍ୟକ୍ଷ କହିଛନ୍ତି , କଲେଜ ସମୟ ଭିତରେ ଛାତ୍ରଛାତ୍ରୀ ସେଲିବ୍ରେସନ ପାଇଁ ଆସିନାହାନ୍ତି । ତେଣୁ ଫାଟକ ବନ୍ଦ ରହିଛି । ସେପଟେ ଛାତ୍ରଛାତ୍ରୀ କହିଛନ୍ତି, ସବୁଦିନ ରାତି ୧୦ ଟା ପର୍ଯ୍ୟନ୍ତ କଲେଜ ଗେଟ୍ ଖୋଲା ରହୁଛି । ପିଲାଙ୍କ ଜନ୍ମଦିନ ସେଲିବ୍ରେସନ ହେଉଛି । କିନ୍ତୁ ଭାରତ ମାତାଙ୍କ ସେଲିବ୍ରେସନ ପାଇଁ ଗେଟ୍ ବନ୍ଦ ରହୁଛି । ତେବେ ଆଜି ସ୍ୱାଧୀନତା ଦିବସରେ କଲେଜର ସ୍ୱାଭିମାନକୁ ଦୃଷ୍ଟିରେ ରଖି ଛାତ୍ର ଧାରଣାରୁ ଉଠିଛନ୍ତି ।

ସେୟାର କରନ୍ତୁ

Next Post

'ଦ ଜେଙ୍ଗାବୁରୁ କର୍ସ’ର ସୁଟିଂ ପାଇଁ ଖଣିର ୫୦୦ ଫୁଟ୍ ଭିତରକୁ ମୁଁ ଯାଇଥିଲି - ଫାରିଆ ଅବ୍‌ଦୁଲ୍ଲା ...

Tue Aug 15 , 2023
ପ୍ରମୋଦ ନାୟକ(ଭୁବନେଶ୍ୱର) : ଚଳଚିତ୍ର ନିର୍ମାତାମାନେ କଷ୍ଟ୍ୟୁମ୍ ହେଉ କିମ୍ବା ମେକ୍‌ଅପ୍‌, ଭାଷା କିମ୍ବା ସେମାନ ସୁଟ୍ କରୁଥିବା ସ୍ଥାନ, ନିଜ କାର୍ଯ୍ୟକୁ ବାସ୍ତବ ରୂପ ଦେବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଯେତେବେଳେ କୌଣସି ସ୍ଥାନ କିମ୍ବା ପୃଷ୍ଠଭୂମି ପ୍ରାସଙ୍ଗିକ ହୋଇଥାଏ, ସେତେବେଳେ ଏହା ଏକ ବାସ୍ତବ ସ୍ଥାନ ହୋଇଥାଉ କି ନାହିଁ, ଦର୍ଶକ ଶୋ’, କାହାଣୀ ଓ ଚରିତ୍ର ସହିତ ଯୋଡ଼ି ହେବାକୁ ସକ୍ଷମ ହୋଇଥାନ୍ତି […]

You May Like

Pin It on Pinterest