ବାଗୁଡ଼ି ପଥର ଖାଦାନରେ ବ୍ଲାଷ୍ଟିଂ;୫ ଗୁରୁତର

ବାସ୍ତବ ବ୍ୟୁରୋ: ଆଜି ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ପଥର ଖାଦାନରେ ବ୍ଲାଷ୍ଟିଂ ହୋଇ ୫ ଶ୍ରମିକ ଗୁରୁତର । ଏହି ଅଘଟଣ ଯୋଗୁ ପଥର ତଳେ ଜଣେ ଶ୍ରମିକ ଚାପି ହୋଇ ଯାଇଥିବା ଜଣାଯାଇଛି।

ଆଜି ସକାଳେ ବାଗୁଡ଼ି ପଥର ଖାଦାନରେ ବ୍ଲାଷ୍ଟିଂ କରାଯାଇଥିଲା। ଉକ୍ତ ସମୟରେ ସେଠାରେ ଉପସ୍ଥିତ ଥିବା ଶ୍ରମିକଙ୍କ ଉପରେ ପଥର ଖଣ୍ଡମାନ ପଡ଼ିଥିଲା। ଫଳରେ ୫ ଜଣ ଗୁରୁତର ହୋଇ ପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ଏଥିସହ ଏବେବି ଜଣେ ଶ୍ରମିକ ପଥର ତଳେ ଚାପି ହୋଇ ରହିଥିବା ଜଣାଯାଇଛି। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳ ଅଭିମୁଖେ ଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ସୋରର ବାଗୁଡ଼ିରେ ବାରମ୍ବାର ଏପରି ଅଘଟଣ ଘଟୁଛି l ହେଲେ ପ୍ରଶାସନ ଏପରି ଘଟଣା ପ୍ରତି ଆଖି ବୁଜି ଦେଉଥିବା ଆଲୋଚନା ହେଉଛି।

ସେୟାର କରନ୍ତୁ

Next Post

୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା

Thu Aug 17 , 2023
ବାସ୍ତବ ବ୍ୟୁରୋ: ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ରାଜ୍ୟରେ ଅଗଷ୍ଟ ୧୮/୧୯ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଉତ୍ତର-ପୂର୍ବ ଓ ତତ୍‌ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆଗାମୀ ୧୨ଘଣ୍ଟା […]

You May Like

Pin It on Pinterest