
ବାସ୍ତବ ବ୍ୟୁରୋ: ଫେବ୍ରୁଆରୀ ୧୪ରୁ ଯୁକ୍ତ ୨ ପରୀକ୍ଷା । ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ତାରିଖ ଯାଏଁ ପରୀକ୍ଷା ଚାଲିବ । ଏହି ଅବଧି ମଧ୍ୟରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ହେବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୂଆ କ୍ୟାଲେଣ୍ଡର ଜାରି କରାଯାଇ ଏହି ଘୋଷଣା ହୋଇଛି ।
୨୦୨୪ ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ’ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଫଳାଫଳ । ଆଗୁଆ ଯୁକ୍ତ ୨ ପରୀକ୍ଷା ଘୋଷଣା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ରେଗୁଲାର ଛାତ୍ରଛାତ୍ରୀମାନେ ନଭେମ୍ବର ୧୦ରୁ ୨୫ ତାରିଖ ମଧ୍ୟରେ ଫର୍ମ ଫିଲପ୍ କରିବେ ଏବଂ ସେପ୍ଟେମ୍ବର ୧୫ରୁ ୩୦ ମଧ୍ୟରେ ଫର୍ମ ଫିଲପ୍ କରିବେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ । ଡିସେମ୍ବର ୨୫ ତାରିଖ ସୁଦ୍ଧା ଅନଲାଇନରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ ।
ଥିଓରୀ ପରୀକ୍ଷା ଆରମ୍ଭ ହେବାର ମାସକ ପୂର୍ବରୁ ପରୀକ୍ଷା ସୂଚୀ ପ୍ରକାଶ ପାଇବ । ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ । ଏ ନେଇ ବିଜ୍ଞପ୍ତି ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରଥମ ଥର ପାଇଁ ପରିଷଦ ୬ ମାସ ପୂର୍ବରୁ ଫର୍ମ ଫିଲପ, ପରୀକ୍ଷା ଓ ପରୀକ୍ଷାଫଳ ପ୍ରକାଶନ ସମ୍ପର୍କରେ ଘୋଷଣା କରିଛି ।