ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ପାଇଲେ ପ୍ରଫେସର ସବିତା ପ୍ରଧାନ

ବାସ୍ତବ ବ୍ୟୁରୋ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ କରିଛନ୍ତି। ଶାନ୍ତିନିକେତନରେ ଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ସବିତା ପ୍ରଧାନଙ୍କୁ ଶୁକ୍ରବାର ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରିଛନ୍ତି। ସେ ‌ଏଠାରେ ଦୁଇ ବର୍ଷ ଯାଏଁ ଏହି ପଦବିରେ ରହିବେ।

ଉଲ୍ଲେଖ ଥାଉ କି ଚଳିତବର୍ଷଠାରୁ ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ନାମଲେଖା ସହ ଶିକ୍ଷାଦାନ ଆରମ୍ଭ ହୋଇଛି। ତେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସ୍ଥାନୀୟ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ବିଶ୍ବବିଦ୍ୟାଳୟର ଅଫିସ୍‌ ଓ ଶିକ୍ଷାଦାନ ଚାଲିଛି।

ସେୟାର କରନ୍ତୁ

Next Post

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ ରେ ନିଆଁ...

Fri Aug 18 , 2023
ବାସ୍ତବ ବ୍ୟୁରୋ: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ ରେ ନିଆଁ । ୭ ମହଲା ବିଶିଷ୍ଟ ପ୍ରସୂତି ବିଭାଗର ତୃତୀୟ ମହଲାରେ ରହିଛି ଆଇସିୟୁ ଓ ଓଟି। ଆଜି ଅପରାହ୍ନ ପ୍ରାୟ ୨.୨୦ ମିନିଟ୍‌ରେ ଜଣେ ପ୍ରସୂତିଙ୍କର ସେଠାରେ ଅପରେସନ୍‌ କରାଯାଉଥିଲା। ସେହି ଓଟିକୁ ଲାଗି ଅନ୍ୟ ଏକ ଓଟିରେ ମରାମତି କାର୍ଯ୍ୟ ଚାଲିଥିଲା। । ଠିକ୍‌ ସେହି ସମୟରେ ଏକ ଇକ୍ୟୁପ୍‌ମେଣ୍ଟରୁ ନିଆଁ ବାହାରିଥିଲା। ଯେଉଁ […]

You May Like

Breaking News

Pin It on Pinterest