ରାଜନୀତିରେ ମୀରା ।

ବଦଳୁଛି ରାଜନୀତିର ଦୃଶ୍ୟପଟ୍ଟ । କିଏ କୁଆଡ଼େ ଯିବ ଆଉ କିଏ କେଉଁ ଦଳର ନୂଆ ମୁହଁ ହେବ । ତାହା ନେଇ ଚାଲିଛି ମାନସମନ୍ଥନ । କିଏ ବିଜେପିରେ ମିଶୁଛିତ କିଏ ବିଜେଡ଼ିରେ ଆଉ କିଏ କଂଗ୍ରେସକୁ ଗୋଡ଼ ବଢ଼ାଉଛି । ଏମତି କହିବାକୁ ଗଲେ ରାଜନୀତିରେ ଅଭିନେତା, ଗାୟକ, ଶିକ୍ଷକ, ଆଇଏସ୍ ପରି ଅନେକ ସାଧାରଣ ଜୀବନୀରୁ ନେତା ପାଲଟିଥିବାବେଳେ, ଏବେ ସେହି ରାଜନୀତି ବହିରେ ଆଉ ଏକ ପୃଷ୍ଟା ଯୋଡ଼ି ହୋଇଯାଇଛି । ଏବେ ଓଡ଼ିଶା ରାଜନୀତିରେ ସାମିଲହେଲେ ଆଉ ଏକ ଚିହ୍ନା ମୁହଁ । ଯାହାକୁ ଆପଣ ବହୁତ ଭଲଭାବେ ଜାଣିଥିବେ । ଆଜ୍ଞା ହଁ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ମୀରା ଓରଫ ମୀରାପରିଡ଼ା ।

ରାଜନୀତି କରିବେ ମୀରା । ଅର୍ଥାତ୍ ଅଲ୍ ଓଡ଼ିଶା କିନ୍ନର ମହାସଂଘର ସଭାପତି ମୀରା ପରିଡ଼ା କରିବେ ରାଜନୀତି । ଏନେଇ ଆଜି ମୀରା ପରିଡ଼ା ନବୀନ ନିବାସରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି । ଖାଲି ମୀରା କାହିଁକି ମୀରାଙ୍କ ସହଯୋଗୀ ମଧ୍ୟ ବିଜେଡ଼ିରେ ମିଶିଥିବା ଦେଖିବାକୁ ମିଳିଥିଲା । ଏବଂ ମୀରା ଓ ମୀରାଙ୍କ ସହଯୋଗୀ ମାନଙ୍କୁ ନବୀନ ଦଳକୁ ସ୍ୱାଗତ କରିଥିଲେ । ଦଳରେ ମୀରା ମିଶିସାରିଲାପରେ ମିରା ଗଣ ମଧ୍ୟମକୁ ଜଣଶଇଛନ୍ତି କି, ସେ ଟିକେଟ୍ ଆଶାରେ ଦଳରେ ମିଶି ନାହାଁନ୍ତି ବରଂ ସେ ଜଣେ ଦଳର କର୍ମୀ ଭାବରେ ମିଶିଛନ୍ତି । ତ। ଛଡ଼ା ଦଳର ଜଣେ କର୍ମୀ ଭାବେ କାମ କରିବେବୋଲି ସେ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦେଖା ହେଲେ ଭୁଲିଯିବା ଆମ ସେ ପୁରୁଣା କଥା !

Sun Mar 17 , 2019
ଭୁବନେଶ୍ୱର(ବାସ୍ତବ ଟିଭି): ବଦଳୁଛି ରାଜନୈତିକ ଦୃଶ୍ୟପଟ୍ଟ । ନିର୍ବାଚନ ପାଇଁ ଚାଲିଛି ସମସ୍ତ ରାଜନୈତିକ ଦଳର ଘର ସଜଡ଼ା । କାଲି ଯାହା ସହିତ କଳି ଆଜି ତାକୁ କୋଳାକୋଳି । ଏମିତି ରାନୈତିକ ଘଡ଼ିସନ୍ଧି ମୁହୁର୍ତ୍ତରେ ଦେଖିବାକୁ ମିଳିଛି କିଛି ରୋମାଞ୍ଚକର ଉଚ୍ଚସ୍ତରୀୟ ଦଳୀୟ କର୍ମୀଙ୍କ ନାଟକ । ଯେଇଁଠିକି ଗୋଟିଏ ରାଜନୈତିକ ଦଳର କର୍ମୀ ଆଉ ଏକ ରାଜନୈତିକ ଦଳକୁ ବାରମ୍ବାର ବିଧୋର କରିଆସିବାସହ କଡ଼ା ଭାଷାରେ […]
dama & lekha

You May Like

Pin It on Pinterest