ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ପକ୍ଷରୁ ଅମୃତ ମହୋତ୍ସବ ଆୟୋଜନ….

ନୂଆଦିଲ୍ଲୀ: ୨୦.୦୮ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର (ଆର.ପି.ଓ.ପି.) ପକ୍ଷରୁ ନିକଟରେ ମହାସମାରୋହରେ ସ୍ବାଧିନତାର ଅମୃତ ମହୋତ୍ସବ ଆୟୋଜନ କରାଯାଇଛି। ଏହି ଉପଲକ୍ଷେ ଉତ୍ସବସ୍ଥଳ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରସ୍ଥିତ ସୁଭଦ୍ରା ମଣ୍ଡପକୁ ବେଶ ସୁନ୍ଦର ଭାବେ ସଜ୍ଜା ଯାଇଥିବା ଦେଖା ଦେଇଥିଲା।

ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ପରିବାରର ଶତାଧିକ ସଦସ୍ୟ, କର୍ମକର୍ତ୍ତା ଓ ଶୁଭାକାଂକ୍ଷୀମାନେ ସେମାନଙ୍କର ପରିବାରବର୍ଗଙ୍କ ସହିତ ଏହି ଅବସରରେ ମନ୍ଦିର ପରିସରରେ ସମବେତ ହୋଇଥିଲେ। ମହୋତ୍ସବକୁ କେନ୍ଦ୍ର କରି ଅଂଶଗ୍ରଣକାରୀମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ, ଅପୂର୍ବ ଆନନ୍ଦ, ଅଜସ୍ର ଉଲ୍ଲାସ ଏବଂ ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ଆରମ୍ଭରେ ଆର.ପି.ଓ.ପି ର ସଦସ୍ୟମାନଙ୍କ ଦ୍ଵାରା ସମ୍ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଆର.ପି.ଓ.ପିର ସଭାପତି ତଥା ସୁପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡଃ ବିକ୍ରମ କେଶରୀ ମହାନ୍ତି, ଉତ୍ସବରେ ପୌରହିତ୍ୟ କରି ସଂଗଠନର ମହତ ଉଦ୍ଦେଶ୍ୟ ସାଧନ କରିବା ଦିଗରେ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ କାମନା କରିଥିଲେ।

ପ୍ରୋତ୍ସାହକ ଓ ଶୁଭେଚ୍ଛୁ ମାନଙ୍କର ସମର୍ଥନ ଓ ସଦିଚ୍ଛାକୁ ପାଥେୟ କରି ଆର.ପି.ଓ.ପି ନିଶ୍ଚିତ ଭାବରେ ସଫଳତାର ଶିଖରରେ ପହଞ୍ଚିବାକୁ ସକ୍ଷମ ହେବ ବୋଲି ଡଃ ମହାନ୍ତି ଦମ୍ଭ ପ୍ରକାଶ କରିଥିଲେ। ବୈଠକରେ ଉଦବୋଧନ ଦେଇ ସଂଗଠନର ପ୍ରତିଷ୍ଠାତା ସଭାପତି ଇଂ ଅକ୍ଷୟ କୁମାର ସାମଲ, ସତ୍ୟ ଓ ନିଷ୍ଠାର ସହିତ କାର୍ଯ୍ୟ କଲେ ଭଗବାନ ନିଶ୍ଚୟ ସହାୟକ ହେବେ ବୋଲି ସୁଚାଇଥିଲେ। ପୂର୍ବତନ ସଭାପତି ମୀନକେତନ ସାମଲ ଆର.ପି.ଓ.ପି ର ସଦସ୍ୟ ମାନଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଏବଂ ଭାତୃତ୍ବର ବନ୍ଧନ ବଜାୟ ରଖାଯିବା ସପକ୍ଷରେ ମତ ପ୍ରକାଶ କରିଥିଲେ। ସଂଗଠନର ଉପସଭାପତି ରାଧାଶ୍ୟାମ ସାହୁ, ସହସମ୍ପାଦକ ସନ୍ଦୀପ ମହାପାତ୍ର ଏବଂ କୋଷାଧ୍ୟକ୍ଷ ପ୍ରଫେସର ଅମୀୟ ପ୍ରଧାନ ସମଗ୍ର ଆୟୋଜନକୁ ଦକ୍ଷତାର ସହିତ ପରିଚାଳନା ଓ ଶୃଙ୍ଖଳିତ ଭାବେ ସମାପନ କରାଯିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ଆର.ପି.ଓ.ପିର ରାଷ୍ଟ୍ରୀୟ ସଂଯୋଜିକା ପୁଷ୍ପାଞ୍ଜଳି ବାରିକ ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂଚାଳନା କରିଥିଲେ। ସଂସ୍ଥାର ସହକୋଷାଧ୍ୟକ୍ଷ ସଞ୍ଜୟ ଦାସ ଏକ ଦେଶଭକ୍ତି ଗୀତ ଜରିଆରେ ଧନ୍ୟବାଦ ଅର୍ପଣ କରିଥିଲେ।
ଅମୃତ ମହୋତ୍ସବର ମୁଖ୍ୟ ଆକର୍ଷଣ ଆର.ପି.ଓ.ପିର ସଭ୍ୟମାନଙ୍କ ଦ୍ଵାରା ପ୍ରସ୍ତୁତ ରଙ୍ଗାରଙ୍ଗ ସାଂସ୍କୃତିକ ଅଧିବେଶନ ଥିଲା। ଏ ମଧ୍ୟରେ ଡଃ ବିକ୍ରମ କେଶରୀ ମହାନ୍ତି, ପୁଷ୍ପାଞ୍ଜଳି ବାରିକ ଏବଂ ସନ୍ତୋଷ ରାଉତ ପ୍ରମୁଖଙ୍କ ଦ୍ଵାରା ଗାୟନ କରାଯାଇଥିବା ସୁମଧୁର ଦେଶଭକ୍ତି ସଙ୍ଗୀତ ସ୍ଥାନ ପାଇଥିଲା। ଆର.ପି.ଓ.ପିର ସାଧାରଣ ସମ୍ପାଦକ ଅସୀତ ପରିଡ଼ା ସହୀଦ ମାନଙ୍କର ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବକ କବିତା ଆବୃତ୍ତି କରିଥିଲେ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ରୀତା ପାତ୍ର, ସରିତା ମହାପାତ୍ର, ଅନିଲ ଜେନା, ସୁମନ୍ତ ବିଶ୍ଵାଳ, ବିମଳ ଭଲ, ରଫିଦ ଖାଁ, ସୁଧାଂଶୁ ସାହୁ, ସୌକତ ଅଲ୍ଲୀ, ମନୋଜ ସାହୁ, ସୁରେନ୍ଦ୍ର ମାନିକ, ଅଶୋକ ସ୍ବାଇଁ, ଅର୍ଚ୍ଚନା ପରିଡ଼ା, ଚକ୍ରପାଣି ପରିଡ଼ା, ମନୋରମା ବାରିକ, ଗୁରୁଚରଣ ପୋହି, କୃଷ୍ଣଚନ୍ଦ୍ର ନାୟକ, ଲକ୍ଷ୍ମଣ ନାଥ, ଚନ୍ଦ୍ରଶେଖର ଗିରି, ଧୀରେନ୍ଦ୍ର ବିଶ୍ଵାଳ, ଅମୀୟ ନାୟକ, ଗିରିଜା ଶଙ୍କର ନାୟକ ଓ ନଗେନ୍ଦ୍ର ନାଥ ସାମଲ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଶେଷରେ ମନ୍ଦିର ବେଢ଼ା ମଧ୍ୟରେ ଆର. ପି. ଓ.ପିର ସଦସ୍ୟମାନଙ୍କ ଦ୍ଵାରା ଦେବାଳୟ ବୃକ୍ଷ ଏବଂ ନାନା କିସମର ପୁଷ୍ପ ଚାରା ରୋପଣ କରାଯାଇଥିଲା।

ସେୟାର କରନ୍ତୁ

Next Post

ବିଫଳ ହେଲା ରୁଷର ଚନ୍ଦ୍ର ଅଭିଯାନ

Sun Aug 20 , 2023
ବାସ୍ତବ ବ୍ୟୁରୋ: ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଯାଇଥିବା ରୁଷର ଚନ୍ଦ୍ର ମିଶନ୍ ଲୁନା-୨୫ ଯାନ୍ତ୍ରିକ ତ୍ରୁଟି ଫଳରେ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଛି । ରୁଷର ମହାକାଶ ସଂସ୍ଥା ରସକସମସ୍ ଏନେଇ ସ୍ପଷ୍ଟ କରିଛି । ରୁଷ୍ ଅଗଷ୍ଟ ୧୧ ରେ ଲୁନା-୨୫ ଲଞ୍ଚ କରିଥିଲା ଓ ତାହା ଅଗଷ୍ଟ ୨୧ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ଥିଲା । ରୁଷିଆର ଲୁନା-୨୫ ମହାକାଶଯାନ ଚନ୍ଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ରୁଷର ସରକାରୀ ନିୟନ୍ତ୍ରିତ ସମ୍ବାଦ ସରବରାହ […]

You May Like

Pin It on Pinterest