ଭଦ୍ରକରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା:୪ନୂଆ କରୋନା ପଜିଟିଭ୍

ବାସ୍ତବ ବ୍ୟୁରୋ-ଭଦ୍ରକରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପୁଣି ୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି । ଚାରି ଆକ୍ରାନ୍ତ ଙ୍କ ମଧ୍ୟରୁ ଭଦ୍ରକର ତିହିଡ଼ି ବ୍ଳକର ୨ଜଣ ହୋଇଥିବା ବେଳେ ଧାମନଗର ବ୍ଲକର ୨ଜଣ ବୋଲି ସୂଚନା ମିଳିଛି ।

ସମସ୍ତ ଆକ୍ରାନ୍ତ ପୁରୁଷ ଓ ସେମାନଙ୍କ ବୟସ ୪୦, ୪୧, ୨୯, ୨୪ବର୍ଷ । ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ତେବେ ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ ପୂର୍ବରୁ ଆଜି ସକାଳେ ଭଦ୍ରକରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ବର୍ତ୍ତମାନ ଏହି ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ଭଦ୍ରକରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଁଚିଛି । ଅନ୍ୟପଟେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪କୁ ଛୁଇଁଛି । ତେବେ ଏହି ୪ ନୂଆ କରୋନା ଆକ୍ରାନ୍ତଙ୍କ କନଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦ ରହିଥିବା ବେଳେ ୩୩ ଜଣ ଭାଇରସ୍ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ର ସରକାର ଦେଲେ ଅନୁମତି...ଆଜିଠୁ ଖୋଲିବ ସବୁ ଦୋକାନ କିନ୍ତୁ ଖୋଲିବନି ମଲ ଓ ସପିଂ କମ୍ପେ୍ଳକ୍ସ

Sat Apr 25 , 2020
ବାସ୍ତବ ବ୍ୟୁରୋ-କେନ୍ଦ୍ର ସରକାର ଦେଲେ ଅନୁମତି,ଆଜିଠୁ ଖୋଲିବ ସବୁ ଦୋକାନ କିନ୍ତୁ ଖୋଲିବନି ମଲ ଓ ସପିଂ କମ୍ପେ୍ଳକ୍ସ । କରୋନା ପାଇଁ ସାରା ଦେଶରେ କଟକଣା । ମେ ୩ ତାରିଖ ଯାଏ ଏହି ନିୟମ କଡାକଡି କରାଯାଇଥିଲା ।ଏଭଳି ଅବସ୍ଥାରେ କେବଳ ପନିପରିବା,ଫଳ,ମେଡିସିନ ,ସଉଦା ଦେକାନ,କୃଷି ପାଇଁ ଅବଶ୍ୟକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଖୋଲିବାକୁ ଅନୁମତି ଥିଲା । କିନ୍ତୁ ଗତ କାଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ […]

You May Like

Pin It on Pinterest