ଟୋପ-ଖଲିଆପାଲି ଆନ୍ଧ୍ରପଡ଼ା ରେଡ୍ଡୀ ଏଜେନ୍ସୀ ରେ ବିଦ୍ୟୁତ୍ ଆଘାତରେ ଜଣେ ମୃତ….

ନବୀନ ଦାଶ(ବରଗଡ଼):-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଧିନରେ ଟୋପ-ଖଲିଆ ପାଲି କୁତୁରୀ ଟିକ୍ରା ଆନ୍ଧ୍ରପଡ଼ା ରେ ଥିବା ରେଡ୍ଡୀ ଏଜେନ୍ସି ରେ ୱେଲଡିଂ ମେସିନ ସଜାଡିବାକୁ ଯାଇ ଜଣେ ୨୭ବର୍ଷୀୟାନ ଯୁବକ ମୁନୁ କୁମାର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି।

ପ୍ରକାଶ ଥାଉ କି ରାଞ୍ଚି ପଲାମୁ ଗାଆଁ ରୁ ଦୀର୍ଘ ଦିନରୁ ମୁନୁ କୁମାର ଆସି ଅତାବିରା ଟେମ୍ପୁ ଷ୍ଟାଣ୍ଡ ନିକଟରେ ଏକ ଇଲେକ୍ଟ୍ରିକାଲ ଦୋକାନ ଦେବା ସହ ସ୍ଥାନୀୟ ଅଞ୍ଚଳରେ ଲୋକ ତଥା ମିଲ କାରଖାନା ମାନଙ୍କରେ ଇଲେକ୍ଟ୍ରିସିଏନ୍ ଭାବେ କାର୍ଯ୍ୟ କରି ପେଟ ପାଟଣା କରିଆସୁଥିଲା।ଦୀର୍ଘ ବର୍ଷ ହେବ ସବୁ ଦିନ ଭଳି ୨୮ତାରିଖ ସୋମବାର ଦିନ ଅପରାହ୍ନ ସାଢେ଼ ୪ଟା ରେ ଟୋପ ଖଲିଆପାଲି କୁତୁରୀ ଟିକ୍ରା ଆନ୍ଧ୍ରପଡ଼ା ନିକଟରେ ରହିଥିବା ରେଡ୍ଡୀ ଏଜେନ୍ସୀରେ ବିଦ୍ୟୁତ୍ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି।ତେବେ କାହାର କେଉଁ ତ୍ରୁଟି ଯୋଗୁଁ ନିରୀହ ଜୀବନ ଟଳି ପଡ଼ିଲା ତାହା ରହସ୍ୟ ଘେରରେ।

ଏନେଇ ଏଜେନ୍ସୀ ର ଏକ କାର ଯୋଗେ ଅତାବିରା ସରକାରୀ ଡାକ୍ତରଖାନା ମୁନୁ କୁମାର କୁ ପହଞ୍ଚାଇ ଥିବାବେଳେ ଡାକ୍ତର ତାକୁ ମୃତ ଘୋଷଣା କରି ଅତାବିରା ପୋଲିସ ତଦନ୍ତ କ୍ରମେ ଶବ ବ୍ୟବଚ୍ଛେଦ ପାଇଁ ବରଗଡ ପଠାଇ ଦିଆଯାଇଥିବା ଜଣାପଡିଛି।ମୃତ ମୁନୁ କୁମାର ନିହାତି ଗରିବ ପରିବାର ପିଲା ହୋଇ ନିଜ ପେଟ ପୋଷୁଥିବା ବେଳେ କିଭଳି ତାଙ୍କ ପରିବାର ଚଳିବ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ତଦନ୍ତ ମୁତାବକ କ୍ଷତି ପୂରଣ ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି।

ସେୟାର କରନ୍ତୁ

Next Post

ଅକ୍ଟୋବର ୧୫ରେ ଓସିଏସ୍ ପ୍ରିଲିମ୍ ପରୀକ୍ଷା 

Tue Aug 29 , 2023
ବାସ୍ତବ ବ୍ୟୁରୋ: ଘୋଷଣା ହେଲା ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା ତାରିଖ । ଆସନ୍ତା ଅକ୍ଟୋବର ୧୫ ତାରିଖରେ ପ୍ରିଲିମ୍ ପରୀକ୍ଷା ଦେବେ ଓଡିଶା ସିଭିଲ୍ ସର୍ଭିସ ଆଶାୟୀ । ଏନେଇ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି । ତେବେ ଏ ସମ୍ପର୍କିତ ବିସ୍ତୃତ ତଥ୍ୟ ଆଗାମୀ ଦିନରେ ୱେବସାଇଟ୍ ଜରିଆରେ ଓପିଏସସି ଜଣାଇଦେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ତା […]

You May Like

Pin It on Pinterest