ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା

ବାସ୍ତବ ବ୍ୟୁରୋ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆଜି ଦିନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ରାକ୍ଷୀପୂର୍ଣ୍ଣିମାକୁ ନେଇ ଆଜି ସବୁଠି ଉତ୍ସାହ ଥିବା ବେଳେ ନୀତିକାନ୍ତିକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଆଜି ବିଷ୍ଟି ଯୋଗ ଥିବାରୁ ରାକ୍ଷୀ ବାନ୍ଧିବା ଉଚିତ କି ଅନୁଚିତ୍ ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି।

କିଛି ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ ,୩୦ ତାରିଖରେ ରକ୍ଷା ବନ୍ଧାନ କରିବା ପାଇଁ କେତେକ ପଞ୍ଜିକାରେ ଉଲ୍ଲେଖ ରହିଛି। ବାସ୍ତବରେ ଦେଖିବାକୁ ଗଲେ ବୁଧବାର ଦିନ ୧୧.୨୨ ମିନିଟ୍‌ ପର୍ଯ୍ୟନ୍ତ ଚତୁର୍ଦ୍ଦଶୀ ତିଥି ରହୁଛି। ଦିନ ୧୧.୨୨ ମିନିଟ୍‌ ପରେ ପୂର୍ଣ୍ଣିମା ତିଥି ଆରମ୍ଭ ହେଉଛି। ଏହି ପୂର୍ଣ୍ଣିମା ତିଥି ତା’ପରଦିନ ଅର୍ଥାତ ୩୧ ତାରିଖ(ଗୁରୁବାର) ସକାଳ ୭.୩୦ ମିନିଟ ପର୍ଯ୍ୟନ୍ତ ରହୁଛି। ସେଥିପାଇଁ ଶ୍ରୀମନ୍ଦିରରେ ଏହି ରକ୍ଷା ବନ୍ଧନ ଉତ୍ସବ ୩୧ ତାରିଖରେ ପାଳନ କରାଯିବ। ଆଉ ଭଉଣୀ ସୁଭଦ୍ରା ବଡ଼ଭାଇ ବଳଭଦ୍ର ଓ ସାନଭାଇ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ। ଯେହେତୁ ପୂର୍ଣ୍ଣିମା ତିଥିରେ ଠାକୁରଙ୍କ ପାଖରେ ରାକ୍ଷୀ ଉତ୍ସବ ହେଉଛି, ତେଣୁ ସେହି ଦିନ ରକ୍ଷୀ ବାନ୍ଧିଲେ କିଛି ଅସୁବିଧା ନାହିଁ। ଏହାଛଡ଼ା ବୁଧବାର ସକାଳ ୧୧.୨୨ ମିନିଟ୍‌ଠାରୁ ଗୁରୁବାର ସକାଳ ସାଢ଼େ ୭ଟା ମଧ୍ୟରେ ରକ୍ଷା ବନ୍ଧନ ହୋଇପାରିବ ବୋଲି ସଂସ୍କୃତି ଗବେଷକ କହିଛନ୍ତି।

ସେୟାର କରନ୍ତୁ

Next Post

ରାଜ୍ୟରେ ୩ ତାରିଖରୁ ବର୍ଷା

Thu Aug 31 , 2023
ବାସ୍ତବ ବ୍ୟୁରୋ: ଆସନ୍ତା ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୩ ତାରିଖରୁ ପାଗର ପରିବର୍ତ୍ତନ ହେବ। ବାୟୁ ଚଳନରେ ପରିବର୍ତ୍ତନ ସମ୍ଭାବନା ହେତୁ ରାଜ୍ୟରେ ୩ ତାରିଖରୁ […]

You May Like

Pin It on Pinterest