ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ

ବାସ୍ତବ ବ୍ୟୁରୋ: ମନ୍ତ୍ରୀ ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଖାଲିପଡ଼ିଥିଲା ବାଚସ୍ପତି ପଦ ପାଇଁ ଆସନ୍ତା ୨୧ ତାରିଖରେ ନିର୍ବାଚନ ହେବ ବୋଲି ସୂଚନା ମିଳିଛି। ଏଥିପାଇଁ ୧୮ ତାରିଖରେ ବାଚସ୍ପତି ପାଇଁ ଅଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ରହିଛି।

ମେ’ ୧୨ ତାରିଖରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ମେ’ ୨୨ ତାରିଖରେ ତାଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଥିଲା। ଏହି ବିଭାଗ ପୂର୍ବରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ହାତରେ ଥିଲା। ନିରଞ୍ଜନ ପୂଜାରୀ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାରା ମନ୍ତ୍ରୀ ଅଛନ୍ତି। ଗତ ବର୍ଷ ଜୁନ୍ ମାସରେ ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ଆସନରେ ବସିଥିଲେ ବିକ୍ରମ କେଶରୀ ଆରୁଖ।

ସେହିପରି ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ୨୨ରୁ ବିଧାନସଭା ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ ବୋଲି ସୂଚନା ଦିଆଯାଇଛି। ଏହାସହ ୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା ରହିଛି।

ସେୟାର କରନ୍ତୁ

Next Post

ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିଲା ବିମାନ

Thu Aug 31 , 2023
ବାସ୍ତବ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ରାଜଧାନୀ ଭୁବନେଶ୍ୱରରୁ କଳାହାଣ୍ଡି ଜିଲାର ବହୁ ପ୍ରତିକ୍ଷିତ ଉତକେଲା ଏୟାରପୋର୍ଟକୁ ଆଜି ଆରମ୍ଭ ହୋଇଛି ବିମାନ ସେବା। ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଫ୍ଲାଗ ଅଫ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହା ପୂର୍ବରୁ ସକାଳ ୯ଟା ୭ରେ ଦିଲ୍ଲୀରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲ ମୋଡରେ ଏହାର ଉଦଘାଟନ […]

You May Like

Pin It on Pinterest