ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିଲା ବିମାନ

ବାସ୍ତବ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ରାଜଧାନୀ ଭୁବନେଶ୍ୱରରୁ କଳାହାଣ୍ଡି ଜିଲାର ବହୁ ପ୍ରତିକ୍ଷିତ ଉତକେଲା ଏୟାରପୋର୍ଟକୁ ଆଜି ଆରମ୍ଭ ହୋଇଛି ବିମାନ ସେବା। ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଫ୍ଲାଗ ଅଫ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।

ଏହା ପୂର୍ବରୁ ସକାଳ ୯ଟା ୭ରେ ଦିଲ୍ଲୀରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲ ମୋଡରେ ଏହାର ଉଦଘାଟନ କରିଥିଲେ। ଏହାର ଘଣ୍ଟାକ ପରେ ଦିନ ୧୦ ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହାର ଉଦ୍‌ଘାଟନ କରିଥିଲେ। ଏହାପରେ ପୂର୍ବାହ୍ନ ୧୦.୦୫ରେ ପ୍ରଥମ ବିମାନ ଭୁବନେଶ୍ୱରରୁ ଉତକେଲାକୁ ଉଡ଼ାଣ ଆରମ୍ଭ କରିଛି।

ସପ୍ତାହରେ ଦୁଇ ଦିନ ମଙ୍ଗଳବାର, ଗୁରୁବାର ଏହି ବିମାନ ସେବା ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଏହାକୁ ୭ ଦିନ ଚଳାଇବାକୁ ଯୋଜନା କରାଯିବ। ଭୁବନେଶ୍ୱରରୁ ସକାଳ ୭ଟା୧୫ରେ ବାହାରି ଏହା ୮ଟା୨୫ରେ ଉତକେଲାରେ ପହଞ୍ଚିବ । ଏହାପରେ ସେଠାରୁ ୮ଟା୫୦ରେ ବାହାରି ଭୁବନେଶ୍ୱରରେ ଦିନ ୧୦ଟାରେ ପହଞ୍ଚିବ ।

ଏହାଦ୍ୱାରା କଳାହାଣ୍ଡିର କଳା, ଶିକ୍ଷା, ସଂସ୍କୃତି, ଭାସ୍କର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରିବ । ଏଥିସହ ଛାତ୍ରଛାତ୍ରୀ, ଗୁରୁତର ରୋଗୀ ଖୁବ୍‌ ଶୀଘ୍ର ଭୁବନେଶ୍ୱରରେ ପହଞ୍ଚି ପାରିବେ ତଥା ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବି ଅଭୂତପୂର୍ବ ସଫଳତା ମିଳିବ ବୋଲି ଆଶା କରାଯାଇଛି।

ଏହି ବିମାନର ପ୍ରଥମ ଯାତ୍ରୀ ଭାବେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ଉତକେଲା କରିଛନ୍ତି। ସେମାନଙ୍କ ସହ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକଳ ବିଜେଡି ନେତା ପୁଷ୍ପେନ୍ଦ୍ର ସିଂଦେଓ, ଭୂପେନ୍ଦ୍ର ସିଂଦେଓ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଉତକେଲା ଯାତ୍ରା କରିଛନ୍ତି।

ସେୟାର କରନ୍ତୁ

Next Post

ମହାନଦୀବିହାରରୁ ପୁରୀକୁ ଗଡିଲା ଏସି ମୋ ବସ୍....

Fri Sep 1 , 2023
ସଂଜୟ ଶତପଥୀ(କଟକ):୧।୯-ଦୀର୍ଘଦିନ ଧରି କଟକ ପୂର୍ବାଚଂଳ ବାସିନ୍ଦା ପୁରୀକୁ ଯିବା ନିମନ୍ତେ ଏସି ମୋ ବସ୍ ଚଳାଚଳ ପାଇଁ କରି ଆସୁଥିବା ଦାବି ଆଜି ବାସ୍ତବତାର ରୂପନେଇଛି । ଏହିଅବସରରେ ଆଜି (ଶୁକ୍ରବାର) ସକାଳ ୮ ଘଟିକା ୩୦ ମନିଟ୍ ସମୟରେ ମହାନଦୀବିହାର ମୋ ବସ ଷ୍ଟାଣ୍ଡରେ ପୁର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ପତକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଥିଲେ । […]

You May Like

Pin It on Pinterest