ବାସ୍ତବ ବ୍ୟୁରୋ-କେନ୍ଦ୍ର ସରକାର ଦେଲେ ଅନୁମତି,ଆଜିଠୁ ଖୋଲିବ ସବୁ ଦୋକାନ କିନ୍ତୁ ଖୋଲିବନି ମଲ ଓ ସପିଂ କମ୍ପେ୍ଳକ୍ସ । କରୋନା ପାଇଁ ସାରା ଦେଶରେ କଟକଣା । ମେ ୩ ତାରିଖ ଯାଏ ଏହି ନିୟମ କଡାକଡି କରାଯାଇଥିଲା ।ଏଭଳି ଅବସ୍ଥାରେ କେବଳ ପନିପରିବା,ଫଳ,ମେଡିସିନ ,ସଉଦା ଦେକାନ,କୃଷି ପାଇଁ ଅବଶ୍ୟକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଖୋଲିବାକୁ ଅନୁମତି ଥିଲା ।

କିନ୍ତୁ ଗତ କାଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନୁଆ ନୋଟିଫିକେସନ ଦ୍ୱାରା ସମଗ୍ର ଦେଶର ପୌରାଞ୍ଚଳରେ ଥିବା ଆବାସିକ ପରିସରସ୍ଥିତ ଦୋକାନ ସମେତ ସ୍ଥାନୀୟ ଦୋକାନ ଏବଂ ଦୂରଛଡ଼ା ହୋଇ ରହିଥିବା ଦୋକାନଗୁଡ଼ିକୁ ଖୋଲିବାକୁ ଶୁକ୍ରବାର ମଧ୍ୟରାତ୍ରୀରେ ସରକାର ଅନୁମତି ଦେଇଛନ୍ତି । ସବୁ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି କିନ୍ତୁ ଖୋଲିବନି ମଲ ଓ ସପିଂ କମ୍ପେ୍ଳକ୍ସ । ଯେଉଁ ଦୋକାନ ଖୋଲିବ ସେମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଦୋକାନର ଅଧା କର୍ମଚାରୀ କାମ କରିପାରିବେ । ଏହାଛଡ଼ା ହଟ୍ସ୍ପଟ୍ ଏବଂ କଣ୍ଟେନ୍ମେଣ୍ଟ୍ ଜୋନ୍ ନିମନ୍ତେ ଏହି ଆଦେଶ ଲାଗୁହେବ ନାହିଁ ।

ଗ୍ରାମୀଣ ଏବଂ ଅର୍ଦ୍ଧଗ୍ରାମୀଣ ଅଞ୍ଚଳରେ ଥିବା ସମସ୍ତ ଦୋକାନ ଖୋଲା ହେବ । ସ୍ଥାନୀୟ ସେଲୁନ୍ ଓ ପାର୍ଲର୍ ମଧ୍ୟ ଖୋଲାଯାଇ ପାରିବ ବୋଲି ନିର୍ଦେଶ ଦିଆଯାଇଛି । ନଗରାଞ୍ଚଳରେ ଥିବା ଆବାସିକ ଅଞ୍ଚଳ କିମ୍ବା ଦୂରଛଡ଼ା ହୋଇ ରହିଥିବା ଦୋକାନରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାଯାଇ ପାରିବ ବୋଲି କୁହାଯାଇଛି । ଗ୍ରାମୀଣ ଅଞ୍ଚଳରେ ମଧ୍ୟ ସବୁ ପ୍ରକାର ଦୋକାନରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ନିମନ୍ତେ ଅନୁମତି ମିଳିଛି ।ଡାଉନ୍ ଲୋଡ୍ କରନ୍ତୁ bastabtv APP




