ମହାନଦୀବିହାରରୁ ପୁରୀକୁ ଗଡିଲା ଏସି ମୋ ବସ୍….

ସଂଜୟ ଶତପଥୀ(କଟକ):୧।୯-ଦୀର୍ଘଦିନ ଧରି କଟକ ପୂର୍ବାଚଂଳ ବାସିନ୍ଦା ପୁରୀକୁ ଯିବା ନିମନ୍ତେ ଏସି ମୋ ବସ୍ ଚଳାଚଳ ପାଇଁ କରି ଆସୁଥିବା ଦାବି ଆଜି ବାସ୍ତବତାର ରୂପନେଇଛି । ଏହିଅବସରରେ ଆଜି (ଶୁକ୍ରବାର) ସକାଳ ୮ ଘଟିକା ୩୦ ମନିଟ୍ ସମୟରେ ମହାନଦୀବିହାର ମୋ ବସ ଷ୍ଟାଣ୍ଡରେ ପୁର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ପତକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଥିଲେ ।

ରୁଟ୍ ନଂ ୫୯ରେ ଦୈନିକ ଏସି ମୋ ବସ୍ ଟି ସକାଳ ୮ଟା ୩୦ ଓ ଅପରାହ୍ନ ୪ ଟା ୩୦ରୁ ମହାନଦୀବିହାରରୁ ବାହାରି ପୁରୀ ବସଷ୍ଟାଣ୍ଡରେ ପହଚିଂବ । ସେହିପରି ପୁରୀରୁ ଦିନ ୧୧ଟା ୧୫ ଓ ସନ୍ଧ୍ୟା ୬ଟା ୫୦ରେ କଟକ ଅଭିମୁଖେ ଛାଡ଼ୁଥିବା ବେଳେ
ସର୍ବସାଧାରଣଙ୍କ ପାଇଁ ଏହାର ଟିକଟ ଦର ମାତ୍ର ୯୫ ଟଙ୍କା ରଖାଯାଇଛି । ସ୍ଥାନୀୟ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ସମେତ ମହାନଦୀବିହାର ଡେଭଲ୍ସମଂଟ ଆସୋସିଏସନ( ଏମଡିଏ)ର ଅକ୍ଲାନ୍ତ ପରିଶ୍ରମ ହିଁ ଏହି ସଫଳତା ଆଣିଦେଇଛି । ଏହି ଏସି ମୋ ବସ ଯାତ୍ରାର ପ୍ରଥମ ଯାତ୍ରୀ ଭାବେ ପୂର୍ବତନ ବିଧାୟକ ଡଃ ବିଶ୍ବାଳ ଖଣ୍ଡିଏ ଟିକଟ କିଣି ପୁରୀ ଅଭିମୂଖେ ଯାତ୍ରା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡାଇ, ଏମଡିଏର ଉପଦେଷ୍ଟା ରବିନାରାୟଣ ଶତପଥୀ, ପୂର୍ବତନ ସମ୍ପାଦକ ତଥା ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ଗୋଲେଖ ଚନ୍ଦ୍ର କାନୁନଗୋ, ସଭାପତି ରବିନ୍ଦ୍ର ପ୍ରସାଦ ତ୍ରିପାଠୀ, ସମ୍ପାଦକ ହିମାଂଶୁ ଷଢ଼ଙ୍ଗୀ,ମହିଳା ସମିତି ର ସଭାନେତ୍ରୀ ଇନ୍ଦୁ ଦାସ,କୋଷାଧ୍ୟକ୍ଷ ଭାଗିରଥୀ ସାମଲ, ଯୁଗ୍ମ ସମ୍ପାଦକ ସରୋଜ ପ୍ରସାଦ ସ୍ୱାଇଁ,
ବିଭୁତି ପୃଷ୍ଟି,ପ୍ରଲାଦ ମହାନ୍ତି, ନିକୁଞ୍ଜ ବିହାରୀ ରଥ, ରମାକନ୍ତ ଲେଙ୍କା, କେନ୍ଦ୍ରୀୟ ପେନସନର ଆସୋସିଏସନର ସମ୍ପାଦକ ଅଭିମନ୍ୟୁ ନାୟକ, ସଭ୍ୟ ଟି ସୁବା ରାଓ, ଗଣେଷ ପ୍ରଧାନ, ଜଗନ୍ନାଥ ସାଂସ୍କୃତିକ ପରିଷଦ, ବରିଷ୍ଠ ନାଗରିକ ମଂଚ, ମହିଳା ସମିତିର ସମସ୍ତ କର୍ମକତା ଓ ଯୁବବର୍ଗ ପକ୍ଷରୁ ରାକେଶ ତ୍ରିପାଠୀ, ସୁଶାନ୍ତ ଘୋଷ, କିର୍ତୀଧନ ତ୍ରିପାଠୀଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିବା ବେଳେ ସମାଜସେବୀ ସଞ୍ଜୟ ଜେନା ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

ସେୟାର କରନ୍ତୁ

Next Post

ବରଗଡ ଜିଲ୍ଲା ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ....

Sat Sep 2 , 2023
ନବୀନ ଦାଶ(ବରଗଡ): ବରଗଡ ଜିଲ୍ଲା ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ଭୋଇ ସଭାପତିତ୍ବ କରିଥିଲେ। ସଭାରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଧର୍ମରାଜ ପ୍ରଧାନ ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡର ବରିଷ୍ଠ ଓକିଲ ଅଚ୍ୟୁତାନନ୍ଦ ମହାପାତ୍ର ଯୋଗଦେଇ ଥିବା ବେଳେ ମୁଖ୍ୟ […]

You May Like

Pin It on Pinterest