ଆଜି ୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ବାସ୍ତବ ବ୍ୟୁରୋ: ଆଜି ଭାଦ୍ରବ- କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ସାନ୍ନପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ୧୦୮ କୁମ୍ଭ ଜଳ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇଥିଲେ। ଅଣସର ଗୃହରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କର ମସ୍ତକରୁ ରାହୁରେଖା ଓଲାଗି କରାଯାଇଥିଲା।

ସେହିଦିନ ଠାରୁ ସେମାନେ ଆଉ ରାହୁରେଖା ପରିଧାନ କରିନଥିଲେ।ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁବର୍ଣ୍ଣର ରାହୁରେଖା ଲାଗି କରାଯିବ। ଏଣୁ ପ୍ରଥମ ଭୋଗମଣ୍ଡପ ଶେଷ ହେବାପରେ ଅପରାହ୍ନ ୩ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ସେୟାର କରନ୍ତୁ

Next Post

ପାକିସ୍ତାନ ତୁଳନାରେ ଭାରତରେ ବେରୋଜଗାରୀଙ୍କ ସଂଖ୍ୟା ଅଧିକ

Tue Sep 5 , 2023
ବାସ୍ତବ ବ୍ୟୁରୋ: ୱାର୍ଲଡ ଅଫ୍ ଷ୍ଟାଟିଷ୍ଟିକ୍ସ ଏକ ରିପୋର୍ଟ ମୁତାବକ ଗ୍ଲୋବାଲ ଆର୍ଥିକ ସଂକଟ କାରଣରୁ ସାରା ବିଶ୍ୱରେ ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି କୋଭିଡ-୧୯ ମହମାରୀ ଓ ଋଷ-ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱ ପାଇଁ ଆର୍ଥିକ ଚ୍ୟାଲେଞ୍ଜ ବୃଦ୍ଧି ପାଇଛି । ଅନେକ ଦେଶ ଏବେ ଆର୍ଥିକ ସଂକଟ ଦେଇ ଗତି କରିବ ବୋଲି ଅନୁମାନ ମଧ୍ୟ କରାଯାଉଛି । ସେହି ଦେଶମାନଙ୍କ […]

You May Like

Pin It on Pinterest