ଆଜି ପବିତ୍ର ଜନ୍ମାଷ୍ଟମୀ

ବାସ୍ତବ ବ୍ୟୁରୋ: ଆଜି ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଏହି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ରହିଛି ସ୍ୱତନ୍ତ୍ର ନୀତିକାନ୍ତି। ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବ। ସନ୍ଧ୍ୟା ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଟେରା ବନ୍ଧା ହେବାପରେ ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ଭୋଗରାଗ ଲାଗି କରାଯିବ।

ବିଧି ଅନୁସାରେ ସାଗ, ତରକାରୀ, ପିଠା, ଝିଲି, ଖିରି ଆଦି ରୋଷଘରୁ ଆସି ଅଣସର ପିଣ୍ଡିରେ ରଖାଯିବ। ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିବେ। ପୂଜାପଣ୍ଡା ସାମନ୍ତ, ପତି ମହାପାତ୍ର ଓ ମୁଦିରସ୍ତ ତିନିବାଡରେ ବନ୍ଦାପନା କରିବେ।

ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୁରୀ ସମୁଦ୍ରବେଳାଭୂମୀରେ ସୁନ୍ଦର ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ କ୍ଷାତି ସମ୍ପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଦେବକୀ ନନ୍ଦନଙ୍କ ଜନ୍ମଦିନ ପାଳନ ପୂର୍ବକ ଆଜି ସାରା ଦେଶରେ ଜନ୍ମାଷ୍ଟମୀ ପାଳନକରାଯାଉଥିବା ବେଳେ କୃଷ୍ଣ ଜନ୍ମକୁ ସମସ୍ତେ ଅପେକ୍ଷା କରିଛନ୍ତି।

ଏହି ଅବସରରେ ସୁଦର୍ଶନଙ୍କ ନିଆରା ବାଲୁକା କଳା ଦେଖିବା ପାଇଁ ପୁରୀ ବେଳାଭୂମୀରେ ଭ୍ରମଣ କରୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ବେସ୍ ଉତ୍ସାହ ଦେଖା ଦେଇଛି।

ସେୟାର କରନ୍ତୁ

Next Post

ପ୍ଲାଷ୍ଟିକ ଗୋଡାଉନରେ ନିଆଁ

Wed Sep 6 , 2023
ବାସ୍ତବ ବ୍ୟୁରୋ: ଆସାମର ଏକ ପ୍ଲାଷ୍ଟିକ ଗୋଡାଉନରେ ନିଆଁ ଲାଗିଯାଇଛି। ଫଳରେ ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଆଜି ଏହି ଭୟଙ୍କର ଦୁର୍ଘଟଣା ଘଟିଛି। କାମରୁପ ମେଟ୍ରୋ ଜିଲ୍ଲାରେ ଥିବା ଜୋରବାତ ପ୍ଲାଷ୍ଟିକ ଗୋଡାଉନରେ ଅଗ୍ନିକାଣ୍ଡ ଘଟିଥିଲା। ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କିନ୍ତୁ ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ପୁଲିସ କହିଛି […]

You May Like

Pin It on Pinterest