୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି

ବାସ୍ତବ ବ୍ୟୁରୋ: ରାଜ୍ୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି। ନିଯୁକ୍ତି ନେଇ ଓସେପା ୱେବସାଇଟ୍‌ରେ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଶାୟୀମାନେ ଆସନ୍ତା ୧୩ରୁ ଆବେଦନ କରିପାରିବେ ଆଶାୟୀ। ଆବେଦନ ପାଇଁ ଅକ୍ଟୋବର ୧୦ ଶେଷ ତାରିଖ ରହିଛି ।

ସଂପୂର୍ଣ୍ଣ ଅନଲାଇନରେ ହେବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା। କମ୍ପ୍ୟୁଟର ବେସଡ ଟେଷ୍ଟରେ ଲିଖିତ ପରୀକ୍ଷା ହୋଇ ଶିକ୍ଷକଙ୍କୁ ଚୟନ କରାଯିବ। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।

ଓସେପାରେ ୱେବସାଇଟ୍‌ରେ ନିଯୁକ୍ତି ପାଇଁ ଜିଲ୍ଲାୱାରୀ ପଦବୀ, ଲିଖିତ ପରୀକ୍ଷାର ସିଲାବସ୍ , କେଉଁ କେଉଁ ତଥ୍ୟ ଅପଲୋଡ୍ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି । ଓସେପାର ୱେବସାଇଟ୍ osepa.odisha.gov.inରେ ଆଶାୟୀମାନେ ଆବେଦନ କରିପାରିବେ ।

ସେୟାର କରନ୍ତୁ

Next Post

ମୁଖ୍ୟ ଶାସନ ସଚିବଙ୍କୁ ଡେଙ୍ଗୁ

Mon Sep 11 , 2023
ବାସ୍ତବ ବ୍ୟୁରୋ: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଡେଙ୍ଗୁ । ଗତ ଶନିବାରଠୁ ସେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଆହୁରି ୨ ଦିନ ସେ ମେଡିକାଲରେ ରହିବେ ବୋଲି ଜଣାଯାଇଛି । ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ […]

You May Like

Pin It on Pinterest