ମୁଖ୍ୟ ଶାସନ ସଚିବଙ୍କୁ ଡେଙ୍ଗୁ

ବାସ୍ତବ ବ୍ୟୁରୋ: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଡେଙ୍ଗୁ । ଗତ ଶନିବାରଠୁ ସେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଆହୁରି ୨ ଦିନ ସେ ମେଡିକାଲରେ ରହିବେ ବୋଲି ଜଣାଯାଇଛି । ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ । ଆଜି ମେଡିକାଲ ଯାଇ ପ୍ରଦୀପ ଜେନାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ବିଡିଓ ଉପାଧ୍ୟକ୍ଷ ଓ ଖୋର୍ଦ୍ଧା ଜିଲ୍ଲାପାଳ ।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ଧୀରେ ଧୀରେ ସେ ସୁସ୍ଥ ହେଉଥିବା ବେଳେ ପ୍ଲେଟଲେଟ୍‌ରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେଉଛି। 

ସେୟାର କରନ୍ତୁ

Next Post

ସୌମ୍ୟ ପଟ୍ଟନାୟକ ବିଜେଡି ଉପସଭାପତି ପଦରୁ ବହିଷ୍କୃତ

Tue Sep 12 , 2023
ବିଜେଡିରେ ରହି ଦୀର୍ଘ ଦିନ ହେଲା ବିଜେଡିକୁ ଟାର୍ଗେଟ କରି ଚାଲିଥିବା ଦଳୀୟ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପସଭାପତି ପଦ ଚାଲିଯାଇଛି।  ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳୀୟ ଉପସଭାପତି ପଦରୁ ହଟା ଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏନେଇ ଏକ ଆଦେଶନାମା ପ୍ରକାଶ ପାଇଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।  ନିଜର ଆଲେଖ୍ୟ ଓ ବକ୍ତବ୍ୟ ପାଇଁ ଗତ କିଛି ଦିନ ଧରି ଚର୍ଚ୍ଚାରେ […]

You May Like

Pin It on Pinterest