
ବିଜେଡିରେ ରହି ଦୀର୍ଘ ଦିନ ହେଲା ବିଜେଡିକୁ ଟାର୍ଗେଟ କରି ଚାଲିଥିବା ଦଳୀୟ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପସଭାପତି ପଦ ଚାଲିଯାଇଛି।
ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳୀୟ ଉପସଭାପତି ପଦରୁ ହଟା ଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏନେଇ ଏକ ଆଦେଶନାମା ପ୍ରକାଶ ପାଇଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।
ନିଜର ଆଲେଖ୍ୟ ଓ ବକ୍ତବ୍ୟ ପାଇଁ ଗତ କିଛି ଦିନ ଧରି ଚର୍ଚ୍ଚାରେ ଥିଲେ ସୌମ୍ୟ। ଏପରିକି ଦଳ ଓ ଶାସନ ନେଇ ସେ ପ୍ରଶ୍ନ ଉଠାଇବାକୁ ପଛାଇ ନ ଥିଲେ। ଏହାକୁ ନେଇ ବିଜେଡିର ତୁଙ୍ଗ ନେତା ତାଙ୍କୁ ଟାର୍ଗେଟ କରିବାକୁ ପଛାଇ ନ ଥିଲେ। ଦଳର ଜଣକ ପରେ ଜଣେ ଟାଣୁଆ ନେତା ଅରୁଣ ସାହୁ, ଅତନୁ ସବ୍ୟସାଚୀ, ପ୍ରତାପ ଦେବ, ଅମର ପଟ୍ଟନାୟକ ପ୍ରମୁଖ ସୌମ୍ୟଙ୍କ ବିରୋଧରେ ବିଷେଦାଗାର କରିବାକୁ ପଛାଇ ନ ଥିଲେ।



