ଆତଙ୍କ ଖେଳାଇଲାଣି ସ୍କ୍ରବ ଟାଇଫସ୍: ଦିନକରେ ସୁନ୍ଦରଗଡ଼ରେ ୨୭ ଓ ପଦ୍ମପୁରରେ ୫ଜଣ ଆକ୍ରାନ୍ତ ଚିହ୍ନଟ

ବାସ୍ତବ ବ୍ୟୁରୋ: ଗୋଟିଏ ଦିନରେ ସୁନ୍ଦରଗଡ଼ରେ ୨୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍କବ ଟାଇଫସରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସୁନ୍ଦରଗଡ଼ରେ ସ୍କବ ଟାଇଫଓ ରୋଗୀଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଆକ୍ରାନ୍ତଙ୍କ ପାଇଁ ମହଜୁଦ ରହିଛି ଔଷଧ, ପ୍ରସ୍ତୁତ ଅଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ ।

ସେପଟେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ । ଗତକାଲି ୧୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୫ଜଣଙ୍କ ସ୍କ୍ରବ ଟାଇଫସ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଲୋକମାନଙ୍କୁ ଜର, ମୁଣ୍ଡ ବିନ୍ଧା ଓ ଛାତି ଦରଜ ହେବାରୁ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ ।

ସ୍କ୍ରବ ଟାଇଫସ ସନ୍ଦେହ କରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯିବାରୁ ୫ ଜଣ ପଜିଟିଭ ଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ପଦ୍ମପୁର ଏସଡିଏମଓ ଡାକ୍ତର ସରୋଜ ସେଠ ସୂଚନା ଦେଇଛନ୍ତି ।

ସେୟାର କରନ୍ତୁ

Next Post

ତେଲ ଟ୍ୟାଙ୍କରକୁ ପିଟିଲା ଆମ୍ବୁଲାନ୍ସ : ଆନ୍ଧ୍ରପ୍ରଦେଶରେ ୪ ଓଡ଼ିଆ ମୃତ

Fri Sep 15 , 2023
ବାସ୍ତବ ବ୍ୟୁରୋ: ଆନ୍ଧପ୍ରଦେଶରେ ୪ଓଡିଆଙ୍କ ମୃତ୍ୟୁ । ବେଙ୍ଗାଲୁରରୁ ଓଡିଶା ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବେଙ୍ଗାଲୁର- ତିରୁପତି ଜାତୀୟ ରାଜପଥରେ ଚିତୋର ନିକଟରେ ଦୁର୍ଘଟଣା ଘଟିଛି । ମୃତକ ୪ଜଣ କେନ୍ଦ୍ରାପଡା  ଜିଲ୍ଲା ପଟ୍ଟାମୁଣ୍ଡାର ବୋଲି ଜଣାପଡିଛି । ମୃତକମାନେ ହେଲେ ଉମେଶ ସାହୁ, ରଶ୍ମିତା ସାହୁ, ତ୍ରିଲୋଚନ ନାୟକ, ବିଜୟ ନାୟକ । ଦୁର୍ଘଟଣାରେ ଏହି ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ […]

You May Like

Pin It on Pinterest