ତେଲ ଟ୍ୟାଙ୍କରକୁ ପିଟିଲା ଆମ୍ବୁଲାନ୍ସ : ଆନ୍ଧ୍ରପ୍ରଦେଶରେ ୪ ଓଡ଼ିଆ ମୃତ

ବାସ୍ତବ ବ୍ୟୁରୋ: ଆନ୍ଧପ୍ରଦେଶରେ ୪ଓଡିଆଙ୍କ ମୃତ୍ୟୁ । ବେଙ୍ଗାଲୁରରୁ ଓଡିଶା ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବେଙ୍ଗାଲୁର- ତିରୁପତି ଜାତୀୟ ରାଜପଥରେ ଚିତୋର ନିକଟରେ ଦୁର୍ଘଟଣା ଘଟିଛି ।

ମୃତକ ୪ଜଣ କେନ୍ଦ୍ରାପଡା  ଜିଲ୍ଲା ପଟ୍ଟାମୁଣ୍ଡାର ବୋଲି ଜଣାପଡିଛି । ମୃତକମାନେ ହେଲେ ଉମେଶ ସାହୁ, ରଶ୍ମିତା ସାହୁ, ତ୍ରିଲୋଚନ ନାୟକ, ବିଜୟ ନାୟକ । ଦୁର୍ଘଟଣାରେ ଏହି ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ଚିତ୍ତୋର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ବେଙ୍ଗାଲୁର ଭିକ୍ଟୋରିଆ ହସ୍ପିଟାଲରେ ପରିବାରର ଜଣଙ୍କ ଚିକିତ୍ସା ସାରି ଓଡିଶା ଫେରୁଥିଲେ ଓଡିଆ ପରିବାର । ଫେରିବା ସମୟରେ ଜାତୀୟ ରାଜପଥରେ ଆମ୍ବୁଲାନ୍ସ ଏକ ତେଲ ଟ୍ୟାଙ୍କରକୁ ଧକା ଦେଇଥିଲା । ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ସେୟାର କରନ୍ତୁ

Next Post

ମା’ଭଟ୍ଟାରିକାଙ୍କ ଗର୍ଭଗୃହରେ ପାଣି

Sat Sep 16 , 2023
ବାସ୍ତବ ବ୍ୟୁରୋ: ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ମହାନଦୀର ବନ୍ୟାଜଳ । ମହାନଦୀର ଉପରମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ଼୍ୟାମରୁ ନିଷ୍କାସିତ ହେଉଥିବା ଜଳ ମନ୍ଦିର ଭିତରେ ପ୍ରବେଶ କରିଛି । ତେଣୁ ମା’ଙ୍କ ଚଳନ୍ତି ପ୍ରତିମାକୁ ସେବାକାରୀମାନେ ରତ୍ନଗିରି ପାହାଡ଼ରେ ଥିବା ମା’ଙ୍କ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି । ସେଠାରେ ମା’ ଭଟ୍ଟାରିକାଙ୍କର ପୂଜାର୍ଚ୍ଚନା କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ମା’ଙ୍କ ମନ୍ଦିରର ଲାଗିଥିବା […]

You May Like

Pin It on Pinterest