ରାଜ୍ୟରେ ଲାଗିରହିବ ବର୍ଷା

ବାସ୍ତବ ବ୍ୟୁରୋ-ରାଜ୍ୟରେ ଲାଗିରହିବ ବର୍ଷା । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ଏପ୍ରିଲ ୩୦ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଖ ଅଂଚଳ ଓ ଦକ୍ଷିଣ ବଙ୍ଗୋପସାଗରରେ ଉପକୂଳରେ ସୃଷ୍ଟି ହେବ ଲଘୁଚାପ । ଉତ୍ତର , ଉତ୍ତର-ପଶ୍ଚିମ ଦିଗରେ ଏହା ଗତି କରି ଆଗକୁ ମିଆଁମାର ଓ ବାଙ୍ଗଲାଦେଶ ଆଡକୁ ଗତିକରିବ ବୋଲି ଅନୁମାନ କରାଯାଉଛି । ସେପଟେ ସମୁଦ୍ର ପତନରୁ ଠାରୁ ଦେଢ କିଲୋମିଟର ଉଚ୍ଚରେ ବାୟୁମଣ୍ଡଳରେ ଏକ ଟ୍ରପଲାଇନ୍ ସୃଷ୍ଟି ହୋଇଥିବା ନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆସନ୍ତା ୩୦ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଉତ୍ତର-ପୂର୍ବ ବିଦର୍ଭ ଅଞ୍ଚଳରେ ସୃଷ୍ଟ ସାଇକ୍ଲୋନିକ ସାର୍କୁଲେସନ ,ମେଘାଳୟ ଓ ଛତିଶଗଡ଼ ଉପରେ ସୃଷ୍ଟ ଟ୍ରଫ ଲାଇନ ପ୍ରଭାବର ବର୍ଷା ହେବ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଉପକୂଳ ଜିଲ୍ଲା, କେନ୍ଦୁଝର, ମୟୁରଭଞ୍ଜ,ରାୟଗଡ଼ା,ପୁରୀ, ଗଜପତି, କୋରାପୁଟ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ବଜ୍ରପାତ ଓ ୫୦ରୁ୬୦ କିମି ବେଗରେ ପବନ ବହିପାରେ । ପରବର୍ତ୍ତୀ ଦୁଇ ଦିନରେ ସୋନପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ,କେନ୍ଦ୍ରାପଡ଼ା,ପୁରୀ,ଜଗତସିଂପୁର,କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ହେବା ସହ ବଜ୍ରପାତ ଓ ୫୦ରୁ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣିଂ ଓ କେତେକ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣିଂ ଜାରି କରାଯାଇଛି ।

ଆଜି ରାଜ୍ୟର ୫ ଜିଲ୍ଲା ଗଂଜାମ, ଗଜପତି, କୋରାପୁଟ, କଟକ ଓ ଖୋର୍ଧାକୁ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କତା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶା ଫେରିବାକୁ ଚାହୁଁଥିଲେ ସର୍ବପ୍ରଥମେ ପଞ୍ଜିକରଣ କର

Sat Apr 25 , 2020
ବାସ୍ତବ ବ୍ୟୁରୋ- ଓଡ଼ିଶାକୁ ଫେରୁଥିବା ଲୋକଙ୍କ ଚିନ୍ତା ନେଇ ସରକାର ସମ୍ବେଦଳନଶୀଳ ଅଛନ୍ତି । ଓଡ଼ିଶା ଫେରିବାକୁ ଚାହୁଁଥିଲେ ସର୍ବପ୍ରଥମେ ସେମାନଙ୍କୁ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡ଼ିବ । ଗତକାଲିଠାରୁ ଏହି ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହୋଇଛି । ପଞ୍ଜିକରଣ ପାଇଁ ଦୁଇଟି ଜିନିଷ ନିହାତି ଆବଶ୍ୟକ ରହିଛି । ଆଧାର ନମ୍ବର ଓ ମୋବାଇଲ ନମ୍ବର ପଞ୍ଜୀକରଣ ବେଳେ ବାଧ୍ୟତାମୂଳକ । ବିନା ଆଧାର ଓ ମୋବାଇଲ ନମ୍ବରରେ […]

You May Like

Pin It on Pinterest