‘ସମ୍ୱାଦ’ କାର୍ଯ୍ୟାଳୟରେ EOW ଚଢ଼ଉ

ବାସ୍ତବ ବ୍ୟୁରୋ: ଆଜି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ଖବରକାଗଜ ‘ସମ୍ୱାଦ’ ଭବନରେ ଚଢ଼ଉ କରିଛି ଅର୍ଥନୈତିକ ଅପରାଧ ଶାଖା(EOW)। ତାହା ପୁଣି ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଚଢ଼ଉ ହୋଇଥିବା କୁହାଯାଉଛି ।

ଆଜି ଅପରାହ୍ନ ପ୍ରାୟ ୧ଟା ହେବ। EOWର ୩ଟି ଟିମ୍‌ ଓ କମିଶନରେଟ୍‌ ପୁଲିସ୍‌ ମିଳିତ ଭାବେ ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳରେ ଥିବା ‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କାଗଜପତ୍ର, ବ୍ୟାଙ୍କ ପାସ୍‌ବୁକ୍‌ ଓ ନେଣଦେଣ ଉପରେ ଯାଞ୍ଚ କରୁଛି EOW ଟିମ୍‌। ଏ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲା। ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ କ୍ରମେ ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ସମ୍ବାଦର ଜଣେ ପୂର୍ବତନ କର୍ମଚାରୀ ଓକିଲ ମାଧ୍ୟମରେ EOWରେ ଅଭିଯୋଗ କରିଥିଲେ। ତାଙ୍କ ଅଜାଣତରେ ନକଲି ଆକାଉଣ୍ଟ ଖୋଲି ୫ ଲକ୍ଷ ଟଙ୍କା ୠଣ ଉଠାଯାଇଥିବା ସେ ଅଭିଯୋଗପତ୍ରରେ ଦର୍ଶାଇଥିଲେ। ସେ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଓ ମାନବସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତୀ କରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ EOW ‘ସମ୍ବାଦ’ର ପ୍ରକାଶକ କମଳାକାନ୍ତ ମହାପାତ୍ରଙ୍କୁ ହାଜର ପାଇଁ ନୋଟିସ୍‌ କରିଥିଲା। ରବିବାର କମଳାକାନ୍ତ ମହାପାତ୍ର EOWରେ ହାଜର ହୋଇଥିଲେ। ତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା। ହେଲେ ସେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିନଥିଲେ।

ସେୟାର କରନ୍ତୁ

Next Post

ସେବା କାର୍ପଣ୍ୟ ପୂଣ୍ୟ ବଳେ:-କଟକ ସେବା ଫାଉଣ୍ଡେସନ ର ସେବାକାର୍ଯ୍ୟ....

Mon Sep 18 , 2023
ପୁଷ୍ପକ ମହାନ୍ତି(କଟକ.ସ.)କଟକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “କଟକ ସେବା ଫାଉଣ୍ଡେସନ” ପକ୍ଷରୁ କଟକ ର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲ ପରିସରରେ ଥୂବା ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନ ଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ରୋଗୀ ତଥା ସେମାନଙ୍କର ସମ୍ପର୍କୀୟମାନଙ୍କୁ ସକାଳ ର ଜଳଖିଆ ବଣ୍ଟନ କରାଯାଇଥୂଲା। ଅନୁଷ୍ଠାନର ସଭାପତି ଶ୍ରୀ ପପୁ ପାତ୍ର ଙ୍କ ନେତୃତ୍ବରେ ହୋଇଥୂବା ଏହି […]

You May Like

Pin It on Pinterest