ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା;ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି ଏବଂ ରାଜ୍ୟପାଳ

ବାସ୍ତବ ବ୍ୟୁରୋ: କୃଷି ସଂସ୍କୃତି ଓ ଅନନ୍ୟ ପରମ୍ପରାର ପର୍ବ ହେଉଛି ନୂଆଁଖାଇ। ପ୍ରକୃତି ମାତାଙ୍କୁ ପ୍ରଥମ ଶସ୍ୟ ଅର୍ପଣର ପର୍ବ ହେଉଛି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ପୁରପଲ୍ଲୀ। ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହୋଇଛି। ଏହାପରେ ଘରେ ଘରେ ନୂଆ ଖାଉଛନ୍ତି ଲୋକ।

ଆଜି ସମ୍ବଲପୁରରେ ଅଧିଷ୍ଠାତ୍ରର ଦେବୀ ମା’ ସମଲେଇଙ୍କଠାରେ ପୂର୍ବ ନିର୍ଦ୍ଧାରିତ ଶୁଭ ଲଗ୍ନ ଅନୁସାରେ ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ନବାହ୍ନ ଅର୍ପଣ ହୋଇଥିଲା। ତା’ ପୂର୍ବରୁ ମୁଖ୍ୟ ପୂଜକଙ୍କ ଘରୁ ନୂଆ ଚାଉଳ ଓ ଭୋଗ ଆସିଥିଲା। ପରେ ଅନ୍ୟ ପୂଜକଙ୍କ ଘରୁ ଅନୁରୂପ ଭାବେ ଭୋଗ ଆସିଥିଲା। ସେଥିପାଇଁ ବଡ଼ି ଭୋରୁ ପୂଜକମାନଙ୍କ ପରିବାରର ମହିଳାମାନେ ସ୍ନାନ ସାରି ପୂଜା ଭୋଗ, ପିଠା ଓ ଖିରି ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ।

ମନ୍ଦିର ଭିତରେ ଓ ବାହାରେ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କଠାରେ ନବାହ୍ନ ଲାଗି ହୋଇଥିଲା। ମନ୍ଦିରର ମୁଖ୍ୟ ଫାଟକ ଖୋଲିବା ପରେ ପୂର୍ବରୁ ଅପେକ୍ଷା କରିଥିବା ଶହ ଶହ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରି ମା’ଙ୍କ ଦର୍ଶନ କରିଥିଲେ। ମା’ଙ୍କ ଦର୍ଶନ ସହ ଶ୍ରଦ୍ଧାଳୁମାନେ ମା’ଙ୍କ ନିକଟରେ ଲାଗିଥିବା ନୂଆ ଚାଉଳ ଟିକେ ନେଇ ଘରକୁ ଯାଇଥିଲେ।

ନିଜ ନିଜ ଘରେ ନିଜ ଇଷ୍ଟ ଦେବାଦେବୀଙ୍କୁ ପୂଜା କରିବା ପରେ ଘରେ ଘରେ ଲୋକେ ନୂଆ ଖାଇଥିଲେ। ନୂଆ ଖାଇ ସାରିବା ପରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରିଥିଲେ। ବଡ଼ମାନେ ସାନମାନଙ୍କୁ ଆଶିର୍ବାଦ କରିଥିଲେ। ଏଥିନିମନ୍ତେ ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା ରହିଛି।

ଅନ୍ୟପଟେ ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି ଏବଂ ରାଜ୍ୟପାଳ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ଲେଖିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା । ମା’ ସମଲେଶ୍ବରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ।

ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତିି ଦ୍ରୌପଦୀ ମୁର୍ମୁ । ଲେଖିଛନ୍ତି ଧାନ ଅମଳର ଆନନ୍ଦ ଉଲ୍ଲାସ ଭିତରେ ଏହି ପର୍ବ ପାଳିତ ହୋଇଥାଏ । ନୂଆଁଖାଇ ଭାଇଚାରା ଓ ଖୁସିର ବାର୍ତା ଦେଇଥାଏ । ଏହି ଶୁଭ ଅବସରରେ ଦେଶ ତଥା ଦେଶବାସୀଙ୍କ ସୁଖ ସମୃଦ୍ଧି ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି ।

ସେହିପରି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍  ଶାନ୍ତି, ମୈତ୍ରୀ ଓ ଆନନ୍ଦର ପବିତ୍ର ପରମ୍ପରା ଓ ପର୍ବ ‘ନୂଆଁଖାଇ’ ଅବସରରେ ରାଜ୍ୟବାସୀ ବିଶେଷ କରି ପଶ୍ଚିମ ଓଡ଼ିଶାର ଭାଇ ଭଉଣୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ମା ସମଲେଇଙ୍କୁ ପ୍ରାର୍ଥନା କରି ସମସ୍ତଙ୍କ ସମୃଦ୍ଧି କାମନା କରିଛନ୍ତି ।

ସେୟାର କରନ୍ତୁ

Next Post

ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ : ୨୦୦ରେ ପହଞ୍ଚିଲା ପଜିଟିଭ ସଂଖ୍ୟା

Wed Sep 20 , 2023
ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ୨୦୦ରେ ପହଞ୍ଚିଲାଣି ପଜିଟିଭ ସଂଖ୍ୟା । ଆଜି ପୁଣି ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୭ ଆକ୍ରାନ୍ତ ।୩୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ୧୧, ସୋମବାର ୩ ଚିହ୍ନଟ ହୋଇଥିଲେ। ଠିକ୍ ସେହିପରି ମଙ୍ଗଳବାର ବି ୧୦ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ଏହା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା […]

You May Like

Pin It on Pinterest