ଓଡିଶା ପାଇଁ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲାର ଶୁଭାରମ୍ଭ….

ସଂଜୟଶତପଥୀ(କଟକ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଆତ୍ମନିର୍ଭର ଭାରତ, ପ୍ରଗତିଶୀଳ ଭାରତର ପ୍ରତୀକ,ସମ୍ପୂର୍ଣ୍ଣ ସ୍ବଦେଶୀ କାରିଗରୀ ରେ ନିର୍ମିତ ଓଡିଶା ପାଇଁ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ଭାରତରେ ଅନ୍ୟାନ୍ୟ ଆଠଟି ଟ୍ରେନ ସହ ଆଜି ସେପ୍ଟେମ୍ବର ୨୪ ରେ ଶୁଭାରମ୍ଭ କରାଗଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଆଜି ମଧ୍ୟାହ୍ନରେ ସବୁଜ ପତାକା ଦେଖାଇ ନଅଟି ଯାକ ଟ୍ରେନକୁ ଯାତ୍ରା ଆରମ୍ଭ ପାଇଁ ସଂକେତ ଦେଲା ପରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଭୁବନେଶ୍ୱର ରେ ଉଦଘାଟନ କରି ଏହି ଟ୍ରେନରେ କଟକ ରେଳ ଷ୍ଟେସନ ଓହ୍ଲାଇ କଟକରେ ସ୍ୱାଗତ ପାଇଁ ଅପେକ୍ଷା କରିଥିବା ବହୁ ସଂଖ୍ୟାରେ ଉପସ୍ଥିତ ବିଜେପି କାର୍ଯ୍ୟକର୍ତା ଓ ଲୋକଙ୍କ ଠାରୁ ସମ୍ବର୍ଦ୍ଧନା ଗ୍ରହଣ କରି ପୁଣି ସେହି ଗାଡିରେ ଯାତ୍ରା କରିଥିଲେ । କଟକ ରେଳ ଷ୍ଟେସନରେ ଏଥିପାଇଁ ଏକ ସଭାର ଆୟୋଜନ କରିଥିଲେ ରେଳ କର୍ତ୍ତୃପକ୍ଷ । କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି ଓ ପିତାମ୍ବର ଆଚାର୍ଯ୍ୟ,ଚୌଦ୍ୱାର କଟକ ବିଧାୟକ ସୌ୍ଭିକ ବିଶ୍ୱାଳ,ରେଳବାଇ ଏ ଡି ଆର ଏମ, ଏସ. ମଣ୍ଡଳ ଏବଂ କଟକ ଷ୍ଟେସନ ମ୍ୟାନେଜର ମଳୟ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଏହି ଐତିହାସିକ ମୁହୂର୍ତ୍ତ ପାଇଁ ମୋଦିଜୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଓଡିଶାକୁ ଏହି ପୂଜା ଭେଟି ପାଇଁ ଧନ୍ୟବାଦ ଦେଇଥିଲେ ।

ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ସିକନ୍ଦର ଅଲ୍ଲୀ,ରଶ୍ମିରେଖା ଦାସ,ଗଗନ ଓଝା, ଲକ୍ଷ୍ମୀଧର ବେହେରା,ପ୍ରତାପ ରାଉତରାୟ, ବିବେକାନନ୍ଦ ନାୟକ, ବିଶ୍ୱରଂଜନ ମିଶ୍ର, ଭାଗିରଥି ଦଳେଇ, ଚିତ୍ତରଞ୍ଜନ ଦାସ, ଅମ୍ବିକା ସାମଲ ,ସତ୍ୟବ୍ରତ ମିଶ୍ର, ରତନ ମହାନ୍ତି, ସୁବାଷ ମହାନ୍ତି,ଶରତ ଭୋଳ, ସତ୍ୟଜିତ ମହଲା,ନିରଞ୍ଜନ ବେହେରା, ଅନୁପମ ଦାସ,ସଂଗ୍ରାମ ସିଂ , ରଞ୍ଜନ ସାହୁ,ଦାସରଥୀ ବେହେରା,କଲ୍ୟାଣୀ ମହଲା, ଶର୍ମିଲା ରାଉତରାୟ, ମିଲନ ବଡୁ, ଶିଳ୍ପା ସୌମିତ୍ରୀ ଗିରି ଗୋସ୍ୱାମୀ, ହରିଚନ୍ଦନ ନାୟକ, ବିଶ୍ୱଜିତ ପ୍ରଧାନ, ସଂଜିତ ପାଲ, ଧୀର ମହାନ୍ତି, ସଞ୍ଜୟ ଶଃ, ଅନିଲ ଦଳେଇ, କବିତା ଦଳେଇ, ହରପ୍ରିୟା ଧଳ, ରମେଶ ପ୍ରଧାନ,ସତ୍ୟ ରାୟ, ନଳିନୀ ରାୟ ଏବଂ ରାଜନନ୍ଦିନୀ ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ସାଂସଦ; ପତ୍ନୀ ମାଳବିକା ଦେବୀଙ୍କ ସହ ପଦ୍ମ ଧରିଲେ ଅର୍କକେଶରୀ ଦେଓ

Wed Sep 27 , 2023
ବାସ୍ତବ ବ୍ୟୁରୋ: ବିଜେପିରେ ସାମିଲ ହେଲେ ପୂର୍ବତନ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ । ଅର୍କକେଶରୀଙ୍କ ସହ ତାଙ୍କ ପତ୍ନୀ ମାଳବିକା ଦେବୀ ମଧ୍ୟ ବିଜେପିରେ ମିଶିଛନ୍ତି । ଏଥିସହ ମଦନପୁର ଓ ରାମପୁର ରାଜ ପରିବାରର ତନ୍ମୟ ପ୍ରତାପ ସିଂହ ଦେଓ ଏବଂ କୁମାର ସାହେବଙ୍କ ବୋହୂ ତଥା ଅନ୍ତର୍ଜାତୀୟ ସେରାମିକ ଆର୍ଟିଷ୍ଟ ପୃଥ୍ୱୀରାଜ ସିଂହଦେଓଙ୍କ ପତ୍ନୀ ମଧ୍ୟ ସଂଯୁକ୍ତା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । […]

You May Like

Pin It on Pinterest