ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ସାଂସଦ; ପତ୍ନୀ ମାଳବିକା ଦେବୀଙ୍କ ସହ ପଦ୍ମ ଧରିଲେ ଅର୍କକେଶରୀ ଦେଓ

ବାସ୍ତବ ବ୍ୟୁରୋ: ବିଜେପିରେ ସାମିଲ ହେଲେ ପୂର୍ବତନ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ । ଅର୍କକେଶରୀଙ୍କ ସହ ତାଙ୍କ ପତ୍ନୀ ମାଳବିକା ଦେବୀ ମଧ୍ୟ ବିଜେପିରେ ମିଶିଛନ୍ତି । ଏଥିସହ ମଦନପୁର ଓ ରାମପୁର ରାଜ ପରିବାରର ତନ୍ମୟ ପ୍ରତାପ ସିଂହ ଦେଓ ଏବଂ କୁମାର ସାହେବଙ୍କ ବୋହୂ ତଥା ଅନ୍ତର୍ଜାତୀୟ ସେରାମିକ ଆର୍ଟିଷ୍ଟ ପୃଥ୍ୱୀରାଜ ସିଂହଦେଓଙ୍କ ପତ୍ନୀ ମଧ୍ୟ ସଂଯୁକ୍ତା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେହିଭଳି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତର ପୂର୍ବତନ ବିଜେଡି ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ଓ ତାଙ୍କ ସ୍ଵାମୀ ସୁଧାଂଶୁ ଶେଖର ନାୟକଙ୍କ ସହ ଶତାଧିକ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ବିଜେଡି ନେତାମାନେ ଆଜି ବିଜେପିରେ ସାମିଲ ହୋଇଥିବା କହିଛନ୍ତି। 

ସେୟାର କରନ୍ତୁ

Next Post

ସୃଷ୍ଟିହେଲା ଘୂର୍ଣ୍ଣିବଳୟ; ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷିବ

Thu Sep 28 , 2023
ବାସ୍ତବ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ-ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପୂର୍ବରୁ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମ୍ଭାବ୍ୟ ଲଘୁଚାପ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାର ପ୍ରଭାବରେ ୩୦ ତାରିଖରୁ ଅକ୍ଟୋବର ୩ ତାରିଖ ସକାଳ ସାଢ଼େ ୮ଟା ଯାଏଁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ […]

You May Like

Breaking News

Pin It on Pinterest