
୍ ଗଣପର୍ବ ଅକ୍ଷୟ ତୃତୀୟା ଓ ଅଖିମୁଠି ,ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ଘୋଷ ଯାତ୍ରାର ପ୍ରଥମ ପର୍ବ ରଥାନୁକୂଳ ଓ ପବିତ୍ର ଚନ୍ଦନ ଯାତ୍ରାର ଶୁଭାରମ୍ଭ ମଧ୍ୟରେ ଗଣପର୍ବ ଅକ୍ଷୟ ତୃତୀୟା। କୃଷି ର ଦେବତା ବଳଦେବ ଙ୍କ ପାବନ ତିଥି ଆଜିର ଦିନରେ ତାଙ୍କ ଦାୟାଦ କୃଷକ ବର୍ଗ ଅଖିମୁଠି ନେଇ କ୍ଷେତପୂଜା ସହ ବିହନ ଅନୁକୂଳ କରିଥା’ନ୍ତି। ଓଡ଼ିଶାର ଅଶୀ ପ୍ରତିଶତ କୃଷକ ପରିବାରରେ ଏ ପର୍ବରେ ଏକ ନିଆରା ପାଳନର ପ୍ରଥା ରହିଛି । ସକାଳର ସୁନେଲୀ କିରଣରେ ପ୍ରକୃତିର ରୂପଛଟା ଲାସ୍ୟମୟୀ ହୋଇଥାଏ ।

ଜାତିସ୍ମରତାରେ ବିଭିନ୍ନ ସଂଗଠନ, ସରକାରୀ କଳ ଓ ସାଧାରଣ ନାଗରିକ ମାନେ ରାଜ୍ୟ ବ୍ୟାପୀ ଅଖିମୁଠି ଅନୁକୂଳ ସହିତ କୃଷକ ଦିବସ ପାଳନ କରିଥାଆନ୍ତି । କିନ୍ତୁ ସଂପ୍ରତି ଵିଶ୍ଵ ବିଧ୍ଵଂସୀ କରୋନା ର ଭୟବହତାରେ ଏସବୁ ମ୍ଳାନ ପଡିଯାଇଛି ।ତଥାପି ବାସ୍ତବିକତା ଠାରୁ ଦୂରରେ ଯାଉଛନ୍ତି ଏ ସଭ୍ୟ ସଚେତନ ସମାଜର ତଥାକଥିତ ନାଗରିକ ମାନେ।୍”ଦେହେ ନାହିଁ ମାଂସ ଦୋହଲୁଛି କଣ୍ଟା, ଅନାହାରେ ଆହା ନ ଉଠଇ ଅଣ୍ଟା”୍ ବିଚରା କୃଷକ ର ଦୟନୀୟ ପରିସ୍ଥିତି ଆଜିର ଦିନରେ ଅନୁଚିନ୍ତା ସମ୍ଵନ୍ଧିତ ହେବା ଉଚିତ୍ । ବାହ୍ଯାଡମ୍ବରରେ ନୁହେଁ, ରାଜନୀତିକରଣ ରେ ନୁହେଁ ବରଂ କୃଷକ ମାନଙ୍କର ସାମଗ୍ରିକ ବିକାଶ ପାଇଁ ଆନ୍ତରିକ ଗଠନମୂଳକ ପଦକ୍ଷେପ ନେବା ଉଚିତ। ଧୂଳି ,ଧୂସରିତ ଧରିତ୍ରୀ ମାତାଙ୍କୁ ସବୁଜ ଶସ୍ୟ ଶ୍ୟାମଳଶ୍ରୀ ରେ ପରିପୂର୍ଣ୍ଣ କରୁଥିବା କୃଷକ ଭାଇଙ୍କୁ କୋଟିଏ ପ୍ରଣାମ। ହେମନ୍ତ ଜେନା(ସଂପାଦକ , ରାଜଶ୍ରୀ,କୋରୋ) ସଠିକ୍ ଖବର ସଠିକ୍ ସମୟରେ ଏବେ bastabtv APP ରେ ନିଶ୍ଚୟ ଡାଉନ୍ ଲୋଡ୍ କରନ୍ତୁ, ଆପଣଙ୍କ ସ୍ମାର୍ଟଫୋନ୍ ରେ ….




