୧-ସେଲୁନ କିମ୍ୱା ମଦ ଦୋକାନ ଖୋଲିବା ପାଇଁ କୌଣସି ବି ଆଦେଶ ଦିଆ ଯାଇନାହିଁ – କେନ୍ଦ୍ର ଗୃହମନ୍ତ୍ରାଳୟ।
୨-ଫିକା ପଡ଼ିବ ଅଖିମୁଠି ଅନୁକୂଳ ; ପାଳନ ହେବ ନାହିଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ।
୩-ଖୁବଶୀଘ୍ର ହେବ ମାଟ୍ରିକ ଖାତାଦେଖା । ତାଲାବନ୍ଦ ସରିବାର ୭ ଦିନ ଭିତରେ ଖାତାଦେଖା ଆରମ୍ଭ ହେବ । ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା
୪-କାଳବୈଶାଖୀ କ୍ଷୟକ୍ଷତିର ଆକଳନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।
୫-ଓଡ଼ିଆ ଫେରନ୍ତାଙ୍କ ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ, ଆଧାର ଓ ଫୋନ୍ ନଂ ବାଧ୍ୟତା ମୂଳକ।
୬-ଚାଇନାର ନିସ୍ତାର ନାହିଁ, ସବୁ ଦେଶକୁ ଏକାଠି କରିବ ଆମେରିକା।

୭-ଆସନ୍ତା ମଙ୍ଗଳ ବାରଠାରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ବହି ଯୋଗାଣ।
୮-UGCକୁ ପ୍ରସ୍ତାବ ଦେଲେ ୨ କମିଟି, ସେପ୍ଟେମ୍ବର ରୁ ନୂଆ ଶିକ୍ଷା ବର୍ଷ।
୯-ଘରେ ପହଁଞ୍ଚିବା ପାଇଁ ଅଭିନବ ଉପାୟ, ମୁମ୍ୱାଇରୁ ତରଭୁଜ ଓ ପିଆଜ ବିକି ବିକି ପ୍ରୟାଗରାଜରେ ପହଁଞ୍ଚିଗଲେ ଯୁବକ।
୧୦-ରାଜଧାନୀରେ ନକଲି ମହିଳା ଆଇପିଏସ ପରେ ଧରାପଡ଼ିଲା ନକଲି ଇନିସପେକ୍ଟର।

୧୧- ୩୦ ତାରିଖ ବେଳକୁ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହେବ ଲଘୁଚାପ: ପ୍ରଭାବରେ ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା,ରାଜ୍ୟର ୫ ଜିଲ୍ଲାକୁ ବର୍ଷା ଓ ଘଡଘଡି ନେଇ ସତର୍କତା।
୧୨-ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ ପାଇଁ କଡାକଡି ହେଲା ସର୍ଭିଲାନ୍ସ: ମାର୍ଚ୍ଚ ୨୫ ପରଠୁ ବଙ୍ଗ ଫେରନ୍ତାଙ୍କ ଚାଲିଛି ଫୋନ୍ ଟ୍ରାକିଂ; ଏପର୍ଯ୍ୟନ୍ତ ୨୯ ଶହ ଲୋକଙ୍କୁ ଠାବ କରାଯାଇଥିବା ସୂଚନା।
୧୩-ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ଶ୍ରୀଜିଉ,ମହାପ୍ରଭୁଙ୍କ ରଥକାଠ ପୂଜା ଓ ଚନ୍ଦନ ଯାତ୍ରା ନେଇ ଆଲୋଚନା ପରେ ନିଷ୍ପତି; ଶ୍ରୀମନ୍ଦିର ଭିତରେ ପ୍ରସ୍ତୁତ କରାଯିବ ୨ଟି ଜଳକୁଣ୍ଡ ; ମନ୍ଦିର ପରିସରରେ ହେବ ୨୧ ଦିନର ନୀତି।
