
ସଂଜୟ ଶତପଥୀ(କଟକ): ବିଶ୍ଵ ଦୃଷ୍ଟି ଦିବସରେ,ମନୁଷ୍ୟ ଶରୀର ର ବିଶେଷ ଦରକାରୀ ଚକ୍ଷୁ ର ସଚେତନତା ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ କଟକ ର ଖାନନଗର ହାଇସ୍କୁଲ ର ଛାତ୍ରଛାତ୍ରୀ ଓ କଟକ ର ଶାନ୍ତି ଓ୍ବାକର୍ସ କ୍ଲବ୍ ର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ରାଲି ଓ ସଚେତନତା ସଭା କାର୍ଯ୍ୟକ୍ରମ ର ଆୟୋଜନ, କଟକ ମଧୁପାଟଣାସ୍ଥିତ ସୁନାମଧନ୍ୟ ଚକ୍ଷୁ ଚିକିତ୍ସାଳୟ ଲିଙ୍କ୍ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ପରିସରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଲିଙ୍କ୍ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ର ପ୍ରତିଷ୍ଠାତା ରୋଟାରିଆନ୍ ଶ୍ରୀ ଆଲୋକ କୁମାର ସାହୁ ଅଧ୍ୟକ୍ଷତା କରିଥିବାବେଳେ ଖାନନଗର ହାଇସ୍କୁଲ ର ପ୍ରଧାନଶିକ୍ଷକ ଶ୍ରୀ ଅକ୍ଷୟ ଷଡ଼ଙ୍ଗୀ, ପୂର୍ବତନ ଅତିରିକ୍ତ ଜିଲ୍ଳାପାଳ, (କଟକ) ଶ୍ରୀ ବିଜୟ କୁମାର ଖଣ୍ଡାୟତରାଏ, ଚଳଚିତ୍ର ଅଭିନେତା ଶ୍ରୀ ଶୁଭ୍ରାଂଶୁ ନାୟକ, ରୋଟାରିଆନ୍ ଶ୍ରୀ ଏ.ବି.ମହାପାତ୍ର, କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଅଧିକାରୀ ଶ୍ରୀ ରାମକୁମାର ଶର୍ମା ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଚକ୍ଷୁ ଯତ୍ନ, ସୁରକ୍ଷା ଓ ଜୀବନଶୈଳୀରେ ପରିବର୍ତ୍ତନ, ଅପମିଶ୍ରିତ ଖାଦ୍ୟ ବର୍ଜନ, ଟେଲିଭିଜନ, ମୋବାଇଲ ଓ କମ୍ପ୍ୟୁଟର ର ଆବଶ୍ୟକତା ଅନୁଯାୟୀ ବ୍ଯବହାର ବିଷୟରେ ବହୁ ଆବଶ୍ୟକୀୟ ଓ ମୂଲ୍ୟବାନ ପରାମର୍ଶ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରଦାନ କରିବା ସହ ଅମୂଲ୍ୟ ସମ୍ପଦ ଚକ୍ଷୁ ଲାଗି ସଦାସର୍ବଦା ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।
ଅବଶେଷରେ ଖାନନଗର ହାଇସ୍କୁଲ ଛାତ୍ରୀମାନଙ୍କ ଦ୍ବାରା ଚକ୍ଷୁ ସଚେତନତା ଲାଗି ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ କରାଯାଇଥିଲା। ଲିଙ୍କ୍ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ର ବରିଷ୍ଠ ଅଧିକାରୀଣୀ ଶ୍ରୀମତୀ ମମତା ରାଉତ ଏହି କାର୍ଯ୍ୟକ୍ରମ ରେ ସଚେତନତାର ବାର୍ତ୍ତା ବାଣ୍ଟିବା ରେ ସହଯୋଗ କରିଥିବା ସମସ୍ତ ସମ୍ମାନୀୟ ଆମନ୍ତ୍ରିତ ଅତିଥି, ଛାତ୍ରଛାତ୍ରୀ ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।