ଟାଟା ବିଦ୍ଯୂତ୍ ବିତରଣ କମ୍ପାନୀର ଶ୍ରମିକ ଶୋଷଣ ନୀତି ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ….

ଆଦିତ୍ୟ ବେହେରା(ଭୁବନେଶ୍ବର):ଆଜି ଭୁବନେଶ୍ଵର ସ୍ଥିତ ଭାରତୀୟ ମଜଦୂର ସଂଘ ରାଜ୍ୟ କାର୍ଯ୍ୟାଳୟରେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକରେ ଓଡ଼ିଶା ର ଚାରୋଟି ଯାକ ବିଦ୍ୟୁତ ବିତରଣ ସଂସ୍ଥାର ଠିକା ଶ୍ରମିକମାନଙ୍କ ପ୍ରତିନିଧି ଯୋଗଦେଇଥିଲେ।

ଟାଟା ପାୱାର କମ୍ପାନୀ ଚାରୋଟି ଯାକ ବିଦ୍ୟୁତ ବିତରଣ ସଂସ୍ଥା କୁ ଅଧିଗ୍ରହଣ ପରେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଓଡିଶାର ବିଦ୍ୟୁତ ଠିକା ଶ୍ରମିକ ମାନଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିନାହିଁ । ସବୁଠାରୁ ବିପଦପୂର୍ଣ୍ଣ ସଂସ୍ଥା ରେ ଉତ୍ସର୍ଗୀକୃତ ସେବା ମନୋଭାବ ନେଇ ପ୍ରତିକୂଳ ପରିସ୍ଥିତି ରେ ଓଡ଼ିଶାର ଘରେ ଘରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରୁଥିବା ଠିକା ବିଦ୍ୟୁତ ଶ୍ରମିକ କିନ୍ତୁ ସର୍ବାଧିକ ଅବହେଳିତ । ତିନି ବର୍ଷ ପରେ ନୂଆ ଟେଣ୍ଡର ରେ ସେମାନଙ୍କ ଦରମା ବଢ଼ିବ ବୋଲି କହି ପୁଣି ସେମାନଙ୍କୁ ଭଣ୍ଡେଇ ଚାଲିଛି ଟାଟା ପାୱାର। ଓଡ଼ିଶା ସରକାର ଙ୍କ ଶ୍ରମ ବିଭାଗ ର ଆଇନ ଅନୁଯାୟୀ ମିଟର ରିଡର୍ ମାନଙ୍କୁ କୁଶଳୀ ଭତ୍ତା ଏବଂ ହେଲପର୍ ମାନଙ୍କୁ ଅର୍ଦ୍ଧ କୁଶଳୀ ଭତ୍ତା ଦେବା ପରିବର୍ତ୍ତେ ମାନଙ୍କୁ ଅର୍ଦ୍ଧ କୁଶଳୀ ଏବଂ ଅଣକୁଶଳୀ ଶ୍ରେଣୀ ର ଭତ୍ତା ଦେଇ ଶୋଷଣ କରି ଆସୁଛି।

ବିଦ୍ୟୁତ ଠିକା ଶ୍ରମିକ ମାନଙ୍କୁ ମାସିକ ସର୍ବନିମ୍ନ ୨୬୦୦୦ ଟଙ୍କା ଭତ୍ତା, ଚାକିରି ସ୍ଥାୟୀତ୍ବ, ବେଆଇନ ଛଟେଇ ହୋଇଥିବା ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ଆଦି ପ୍ରମୁଖ ଦାବି ରେ ଆସନ୍ତା ନଭେମ୍ବର ମାସ ୧୫ ତାରିଖ ରେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ ପକ୍ଷରୁ ଚାରୋଟି ଯାକ ବିଦ୍ୟୁତ ବିତରଣ ସଂସ୍ଥା ର ଠିକା ବିଦ୍ୟୁତ ଶ୍ରମିକ ମାନେ ଭୁବନେଶ୍ୱର ରେ ଏକ ବିଶାଳ ପ୍ରତିବାଦ ରାଲି କରିବେ ବୋଲି ଆଜି ର ବୈଠକ ରେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ ର ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡ଼ା ଏକ ପ୍ରେସ ବିଜ୍ଞପ୍ତି ରେ ସୂଚନା ଦେଇଛନ୍ତି ।

ସେୟାର କରନ୍ତୁ

Next Post

ବିଭିନ୍ନ ଶିକ୍ଷାଗତ ଦାବି ନେଇ ଏଆଇଡିଏସଓ ପକ୍ଷରୁ ବିଧାନସଭା ସମ୍ମୁଖରେ ବିଶାଳ ଛାତ୍ର ବିକ୍ଷୋଭ....

Wed Oct 18 , 2023
ଆଦିତ୍ଯ ବେହେରା(ଭୁବନେଶ୍ୱର): ତା ୧୭.୧୦.୨୦୨୩ ରାଜ୍ୟରେ ବନ୍ଦ କରାଯାଇଥିବା ସମସ୍ତ ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡିକୁ ଅବିଳମ୍ବେ ଖୋଲିବା, ଯୋଜନାଭିତ୍ତିକ ନୁହେଁ ସ୍ଥାୟୀ ଭିତ୍ତିରେ ଆବଶ୍ୟକୀୟ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ଗୁଡିକ ତୁରନ୍ତ ପୂରଣ କରିବା, ଅବିଳମ୍ବେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରାଇବା. ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି ୨୦୨୦କୁ ସଂପୂର୍ଣ୍ଣ ବାତିଲ କରିବା ତଥା ଅନ୍ୟାନ୍ୟ ଶିକ୍ଷାଗତ ଦାବିରେ ଆଜି ରାଜ୍ୟ ବିଧାନସଭା […]

You May Like

Pin It on Pinterest