ବିଭିନ୍ନ ଶିକ୍ଷାଗତ ଦାବି ନେଇ ଏଆଇଡିଏସଓ ପକ୍ଷରୁ ବିଧାନସଭା ସମ୍ମୁଖରେ ବିଶାଳ ଛାତ୍ର ବିକ୍ଷୋଭ….

ଆଦିତ୍ଯ ବେହେରା(ଭୁବନେଶ୍ୱର): ତା ୧୭.୧୦.୨୦୨୩ ରାଜ୍ୟରେ ବନ୍ଦ କରାଯାଇଥିବା ସମସ୍ତ ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡିକୁ ଅବିଳମ୍ବେ ଖୋଲିବା, ଯୋଜନାଭିତ୍ତିକ ନୁହେଁ ସ୍ଥାୟୀ ଭିତ୍ତିରେ ଆବଶ୍ୟକୀୟ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ଗୁଡିକ ତୁରନ୍ତ ପୂରଣ କରିବା, ଅବିଳମ୍ବେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରାଇବା. ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି ୨୦୨୦କୁ ସଂପୂର୍ଣ୍ଣ ବାତିଲ କରିବା ତଥା ଅନ୍ୟାନ୍ୟ ଶିକ୍ଷାଗତ ଦାବିରେ ଆଜି ରାଜ୍ୟ ବିଧାନସଭା ସମ୍ମୁଖରେ ଏଆଇଡିଏସଓ ଆହ୍ୱାନରେ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।

ଏହି ବିକ୍ଷୋଭରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ହଜାର ହଜାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିକ୍ଷୋଭ ପୂର୍ବରୁ ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନଙ୍କର ଏକ ସୁସଜ୍ଜିତ ପଟୁଆର ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରିଥିଲା । ନିଜ ଗାଁରେ ବନ୍ଦ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବିରେ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଚାଲୁଥିବା ଆନ୍ଦୋଳନରେ ସାମିଲ ଅଭିଭାବକମାନେ ମଧ୍ୟ ଆଜିର ବିକ୍ଷୋଭରେ ନିଜର ପିଲାମାନଙ୍କୁ ଧରି ଯୋଗ ଦେଇଥିଲେ । ଛାତ୍ର ବିକ୍ଷୋଭ ସ୍ଥଳରେ ଏଆଇଡିଏସଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ସଭାପତି ସୋମନାଥ ବେହେରା, ଉପ-ସଭାପତି ନିରୁପମା ବେହେରା, ଭାଗ୍ୟରବି ଦାସ, ସୁନିଲ ଭୋଇ, ଅଫିସ ସମ୍ପାଦକ ନସିମ ସରକାର, ସମ୍ପାଦକ ମଣ୍ଡଳୀ ସଦସ୍ୟ ପରମାନନ୍ଦ ସାହୁ, ମଧୁସୂଦନ ନାଏକ, ପ୍ରଶାନ୍ତ ଦାସ, ହରେକୃଷ୍ଣ ଦାସ, ସ୍ୱସ୍ତିସଙ୍ଗୀତା ଦଳାଇ, ସପ୍ତର୍ଷିନୀ ରାଉଳ, ସଂଯୁକ୍ତା ସାହୁ, ପ୍ରଭାତୀ ମଲ୍ଲିକ, ବିନୋଦ ସେଠୀ, ନିମାଇଁ ଚରଣ ସାହୁ, ତରୁଣସେନ ନାୟକ, ନାରାୟଣ ନାୟକ, ଈଷା ଧର, ମଧୂସୁଦନ ବାଗ, ନାରାୟଣ ସାହୁ, ଫୁଲଚାନ୍ଦ ଲୋହାର ତଥା ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀ ପ୍ରମୂଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି ୨୦୨୦ କୁ କୈାଶଳକ୍ରମେ ସାରା ଦେଶ ତଥା ଆମ ରାଜ୍ୟରେ ଲାଗୁ କରି କିଭଳି ଭାବରେ ସରକାରୀ ଶିକ୍ଷାକୁ ବିନାଶ କରି ଘରୋଇକରଣ ଓ ବ୍ୟବସାୟୀକରଣକୁ ବ୍ୟାପକ କରାଯାଉଛି ତାହା ବ୍ୟକ୍ତ କରିଥିଲେ । ସେମାନେ କହିଥିଲେ ଏହି ଶିକ୍ଷା ନୀତି ୨୦୨୦ କୁ ପ୍ରୟୋଗ କରି ରାଜ୍ୟରେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରାଯାଇଛି ପୁଣି ଆଗାମୀ ଦିନରେ ହାଇସ୍କୁଲ ଓ କଲେଜ ମାନ ମଧ୍ୟ ବନ୍ଦ କରିବାର ଚକ୍ରାନ୍ତ ରହିଛି । ଏହି ଆକ୍ରମଣକୁ ପ୍ରତିହତ କରିବାର ଏକମାତ୍ର ପଥ ଆନ୍ଦୋଳନ । ତେଣୁ ଶିକ୍ଷା ସଭ୍ୟତାର ସୁରକ୍ଷା ପାଇଁ ଛାତ୍ର ସମାଜ, ଅଭିଭାବକ, ଶିକ୍ଷକ ତଥା ସମସ୍ତ ଶିକ୍ଷା ପ୍ରେମୀ ଜନଗଣ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ବିକ୍ଷୋଭ ସ୍ଥଳରୁ ସଭାପତି ସୋମନାଥ ବେହେରାଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ଗଣ ଶିକ୍ଷା ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

ସେୟାର କରନ୍ତୁ

Next Post

ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ

Fri Oct 20 , 2023
ବାସ୍ତବ ବ୍ୟୁରୋ: ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆଜିଠୁ ଆରମ୍ଭ ହୋଇଥିବା ବସ୍ ଧର୍ମଘଟକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ ରହିଲା ବୋଲି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ଆଜି ସନ୍ଧ୍ୟାରେ ରାଜ୍ୟ ପରିବହନ […]

You May Like

Pin It on Pinterest