ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ

ବାସ୍ତବ ବ୍ୟୁରୋ: ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆଜିଠୁ ଆରମ୍ଭ ହୋଇଥିବା ବସ୍ ଧର୍ମଘଟକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ ରହିଲା ବୋଲି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ, ଆଜି ସନ୍ଧ୍ୟାରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ହୋଇଥିଲା ।  ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା ସଫଳ ହୋଇଛି । ସେମାନେ ସରକାରଙ୍କୁ ସହଯୋଗ କରିବେ । ୨୬ତାରିଖରେ ପୁଣିଥରେ ଉଚ୍ଚସ୍ତରୀୟ ବୈଠକରେ ସଂଘର ବିଭିନ୍ନ ଦାବି ଉପରେ ବିସ୍ତୃତ ଆଲୋଚନା କରାଯିବ । ଏବେ ଦଶହରା ପୂଜାବେଳେ ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଧର୍ମଘଟରୁ ଓହରିବା ପାଇଁ ଘରୋଇ ବସ୍ ମାଲିକ ସଂଘକୁ ସେ ଅନୁରୋଧ କରିଛନ୍ତି ।

ସେୟାର କରନ୍ତୁ

Next Post

କଳକୀ ସେନା ପକ୍ଷରୁ ଶାରଦୀୟ ସନାତନ ବନ୍ଧୁମିଳନ....

Sun Oct 22 , 2023
ସଂଜୟ ଶତପଥୀ(କଟକ):ବିଶ୍ୱ ସତ୍ୟ -ସନାତନ-ଧର୍ମ ପ୍ରଚାରିଣୀ ମହାସଂଘ କଳକୀ ସେନା ପକ୍ଷରୁ ଶାରଦୀୟ ସନାତନ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ସିଡିଏ ସେକ୍ଟର -୬ ସ୍ଥିତ ସିଦ୍ଧମହାବୀର ମନ୍ଦିର ପରିସରରେ ସେନାର କଟକ ମହାନଗର ସଭାପତି କଳକୀରତ୍ନ ଲଷ୍ମୀଧର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ବନ୍ଧୁମିଳନକୁ ସଦଗୁରୁ କଳକୀବାବା ଉଦଘାଟନ କରିଥିଲେ ।ଶାରଦୀୟ ପୂଜାପାର୍ବଣର ପାଳନର ମହତ୍ତ୍ୱ ଉପରେ ଆଲୋଚନା କରି ସଦଗୁରୁ କହିଲେ – ଆଧ୍ୟାତ୍ମିକ ବିଶ୍ୱାସୀ […]

You May Like

Pin It on Pinterest