ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପାରାଦୀପ ଠାରୁ ୩୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ; ବାଂଲାଦେଶ ଆଡ଼େ ମୁହାଁଇବା ସମ୍ଭାବନା ।

ବାସ୍ତବ ବ୍ୟୁରୋ: ଆଗାମୀ ୬ ଘଂଟାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ।

ଗତ ୬ ଘଂଟାରେ ଘଂଟା ପ୍ରତି ୧୩ କିଲୋମିଟର ବେଗରେ ଉତର-ପୂର୍ବ ଦିଗରେ ଗତି କରୁଛି । ବର୍ତମାନ ଗଭୀର ଅବପାତ ପାରାଦୀପଠାରୁ ୩୬୦ କିଲୋମିଟର ଦୂରରେ ରହିଛି । ସେହିପରି ପଶ୍ଚିମବଙ୍ଗ ଦିଘାଠାରୁ ୫୫୦ ଓ ବାଂଲାଦେଶ ଖେପୁପଡାଠାରୁ ୬୯୦ କିଲୋମିଟର ଦୂରରେ ରହିଛି ।

ବାତ୍ୟା ଆସନ୍ତା ୨୫ ତାରିଖ ସଂଧ୍ୟା ବେଳକୁ ଗଭୀର ଅବପାତର ରୂପ ନେଇ ବାଂଲାଦେଶର ଖେପୁପଡା ଓ ଚିଟାଗଙ୍ଗ ଉପକୂଳ ଅତିକ୍ରମ କରିବ । ଏହି ବାତ୍ୟାର ନାମ ‘ହମୁନ୍’ ରହିଛି । ଇରାନ ଏହି ବତ୍ୟାର ନାମକରଣ କରିଛି ।

ବଙ୍ଗୋପସାଗରରେ ବାତ୍ୟା ନେଇ ସତର୍କ କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ସହ ସବୁ ବିଭାଗୀୟ ମୁଖ୍ୟ, ଅଗ୍ନିଶମ ବାହିନୀ, ଏନ୍ଡିଆରଏଫ୍, ଓସ୍ଡମା ନିର୍ଦ୍ଦେଶଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ବାତ୍ୟା ପ୍ରଭାବରେ ହେବାକୁ ଥିବା ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ କୁହାଯାଇଛି । ଜିଲ୍ଲାପାଳମାନଙ୍କୁ ସମସ୍ତ ପ୍ରକାର ପ୍ରଶାସନିକ ପ୍ରସ୍ତୁତି ରହିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ତଳିଆ ଅଂଚଳ ଉପରେ ନଜର ରଖିବାକୁ କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଜେନେରେଟର, ପାଣି ପମ୍ପ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବର୍ଷା ସମୟରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ସେୟାର କରନ୍ତୁ

Next Post

ସ୍ୱେଚ୍ଛାକୃତ ଅବସର ନେଲେ ଭିକେ ପାଣ୍ଡିଆନ

Mon Oct 23 , 2023
ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଭିକେ ପାଣ୍ଡିଆନଙ୍କୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ମିଳିଛି । ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ।  ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ପାଣ୍ଡିଆନ ଅକ୍ଟୋବର ୨୦ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ […]

You May Like

Pin It on Pinterest