ଭି.କେ ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ୱ: ୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ

 ବାସ୍ତବ ବ୍ୟୁରୋ: ଭି.କେ ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ୱ ।‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ ଭି.କେ ପାଣ୍ଡିଆନ।

ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି.କେ ପାଣ୍ଡିଆନଙ୍କୁ ମିଳିଛି ନୂଆ ନିଯୁକ୍ତି।ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି। ସେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ ବୋଲି ଜଣାଯାଇଛି। ଗତକାଲି ତାଙ୍କ ଅବସର ଆବେଦନକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁମୋଦିତ ହେବା ପରେ ରାଜ୍ୟ ସରକାର ଭି.କେ ପାଣ୍ଡିଆନଙ୍କୁ ଏହି ନୁଆ ଦାୟିତ୍ବ ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ନି‌ର୍ଦେଶନାମା ଜାରି କରାଯାଇଛି।

ସେୟାର କରନ୍ତୁ

Next Post

ଭୁବନେଶ୍ବରରେ ଅକ୍ଟୋବର ୨୫ରେ ଭସାଣ; କମିସନରେଟ୍‌ ପୁଲିସ ପକ୍ଷରୁ ଜାରି ହେଲା ଗାଇଡ଼ଲାଇନ୍‌

Tue Oct 24 , 2023
ବାସ୍ତବ ବ୍ୟୁରୋ: ସାରା ରାଜ୍ୟରେ ଦୁର୍ଗାପୂଜା ଧୁମ୍‌ଧାମରେ ଚାଲିଛି। ଆଜି (ମଙ୍ଗଳବାର) ଦଶହରା ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ଆସନ୍ତାକାଲି (ବୁଧବାର) ମା’ ମେଳାଣି ନେବେ। ଏଥି ପାଇଁ ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଶାନ୍ତି ଶୃଙ୍ଖଳାର ସହିତ ଭସାଣ ଶେଷ କରିବାକୁ‌ ଭୁବନେଶ୍ବର କମିସନରେଟ ପୁଲିସ ଗାଇଡଲାଇନ୍‌ ଜାରି କରିଛି। କମିସନରେଟ ପୁଲିସ ପକ୍ଷରୁ ଜାରି […]

You May Like

Pin It on Pinterest